ନିତା ସ୍ପୋର୍ଟ୍ସ ଏକାଡେମୀ ଆନୁକୂଲ୍ୟରେ ପୁରୀ କବାଡି ଲିଗ ୨୦୨୫ ଅନୁଷ୍ଠିତ

ନୀତା ସ୍ପୋର୍ଟସ ଏକାଡେମୀ ଆନୁକୁଲ୍ୟରେ ଅନୁଷ୍ଠିତ କବାଡି ଲିଗ୍ ୨୦୨୫ ପୁରୀ ଜିଲ୍ଲା ସ୍କୁଲ ସ୍ପୋର୍ଟସ ଜୋନ ଓ ପୁରୀ ଜିଲ୍ଲା ଆଥେଲେଟିକ ଆସୋଷେଶନ ଆନୁକୁଲ୍ୟରେ ଜିଲ୍ଲା ସ୍କୁଲ ଖେଳ ପଡିଆ ଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି ।ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରିର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ରାଜକିଶୋର ପାତ୍ର, ଆଇନଜୀବୀ ରାମପ୍ରସାଦ ଦାସ,ଆତ୍ମ ରଞ୍ଜନ ମହାନ୍ତି,ଶରତ କୁମାର ରାୟଗୁରୁ,ଭଗବାନ ପଢ଼ିଆରି,ଦୀପକ କୁମାର ଦାସ,ଅମରେନ୍ଦ୍ର ପାଇକରାୟ,ପୂର୍ଣ୍ଣ ଚନ୍ଦ୍ର ଦାସ , ଇଁ ସୁବ୍ରତ ଦାସ,ଅଭିଷେକ ପଣ୍ଡା,ସତ୍ୟବ୍ରତ ଷଡ଼ଙ୍ଗୀ ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଯୋଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।ପୁରୀ ସହରରେ ପ୍ରଥମଥର ପାଇଁ ନିତା ଏକାଡେମୀର ଏଭଳି ପ୍ରୟାସ କୁ ସମସ୍ତ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ ।ଏହାପରେ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।୮ ଦିନ ଧରି ଜିଲ୍ଲା ସ୍କୁଲ ପଡିଆରେ ଖେଲାଯିବାକୁ ଥିବା କବାଡି ମ୍ୟାଚରେ ପୁରୀ ଜିଲ୍ଲାର ସମସ୍ତ ବ୍ଲକ୍ ରୁ କ୍ରୀଡାବିତ୍ ମାନଙ୍କୁ ଚୟନ କରି ୪ଟି ପୁରୁଷ ଓ ୪ଟି ମହିଳା ଦଳରେ ବିଭକ୍ତ କରାଯାଇଛି ।ସେମାନଙ୍କ ମଧ୍ୟରେ ସମସ୍ତ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ସଂଘର ସମ୍ପାଦକ ସୂଚନା ପ୍ରଦାନ କରିଛନ୍ତି ।ସମସ୍ତ କାର୍ଯ୍ୟକ୍ରମକୁ ଆଇନଜୀବୀ ସର୍ବାଣି ଦାସ ପରିଚାଳନା କରିଛନ୍ତି ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
