July 6, 2024

ଟ୍ରକ ଧକ୍କାରେ ଯୁବକର ମୃତ୍ୟୁ, ଡ୍ରାଇଭର ଫେରାର, ଥାନାରେ ଟ୍ରକ ଅଟକ—-

Share

ଟ୍ରକ ଧକ୍କାରେ ଯୁବକର ମୃତ୍ୟୁ, ଡ୍ରାଇଭର ଫେରାର, ଥାନାରେ ଟ୍ରକ ଅଟକ—-

ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ଉମରକୋଟ – ଆଜି ଦିନ ଘଣ୍ଟେ ସମୟରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଡଙ୍ଗରିଗୁଡ଼ା ଠାରେ ଏକ ଟ୍ରକ ଧକ୍କାରେ ଯୁବକର ମୃତ୍ୟୁ ବରଣ ହେଇଛି। ମୃତ ଯୁବକ ର ନାମ ମହେନ୍ଦ୍ର ଶାନ୍ତ।, ବୟସ ୨୮ ବର୍ଷ। ମହେନ୍ଦ୍ର ନିଜ ବାଇକ CG 04 FJ 9446
ରେ ନିଜ କାର୍ଯ୍ୟରେ ଧୋଡ୍ର। ଅଭିମୁଖେ ଯାଉଥିଲେ। ଏହି ସମୟ ରେ ଏକ ମାଲ ବୋଝେଇ ଟ୍ରକ CG 04 8261 ଟି ଉମରକୋଟ ଅଭିମୁଖେ ଆସୁଥିଲା।ଯେହେତୁ
ସେହି ଅଞ୍ଚଳରେ ଟ୍ରକ ଗୁଡ଼ିକ ବହୁ ସମୟ ଧରି ଠିଆ ହୋଇ ଥାଆନ୍ତି। ବାଇକକୁ ଟ୍ରକଟି ଧକ୍କା ଦେବା ଫଳରେ ବାଇକ ଚାଳକ ଟ୍ରକର ଚକା ତଳେ ପଡି ଯାଇଥିଲେ ଓ ଚକାଟି ଉପରେ ଚଡି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମହେନ୍ଦ୍ରଙ୍କ ଶରୀର ଖଣ୍ଡ ଖଣ୍ଡରେ ପରିଣତ ହୋଇ ଯାଇଥିଲା। ଘଟଣା ଘଟିବା ମାତ୍ରେ ଉମରକୋଟ ପୋଲିସ ପହଞ୍ଚି ମର ଶରୀରକୁ ହସ୍ପିଟାଲକୁ ନେଇ ଚାଲି ଯାଇଥିଲେ। ଘଟଣା ଘଟିବା ମାତ୍ରେ ଟ୍ରକ ଡ୍ରାଇଭର ଫେରାର ହୋଇ ଯାଇଛି। ଉମରକୋଟ ପୋଲିସ ଟ୍ରକ ଜବତ କରି ଥାନାରେ ଅଟକ ରଖିଛି। ଆଜି ସନ୍ଧ୍ୟାରେ ମହେନ୍ଦ୍ରଙ୍କ ପରିବାର ଲୋକେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସନ୍ଧ୍ୟା ହେଇ ଯିବାରୁ ଆଜି ଶବ ବ୍ୟବଛେଦ ହୋଇ ପାରିନାହିଁ ଆସନ୍ତା କାଲି ହେବ ଓ ଶବ ହସ୍ତାନ୍ତର କରାଯିବ ବୋଲି ଘଟଣାର ତଦନ୍ତ କରୁଥିବା ଅଧିକାରି ସନ୍ତୋଷ କୁମାର ମାଝୀ ସୂଚନା ପ୍ରଦାନ କରିଛନ୍ତି। ତେବେ ପ୍ରତିଦିନ ଉମରକୋଟରେ ଏପରି ଦୁର୍ଘଟଣା ମାନ ଘଟି ଚାଲିଶି
କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ
ନିଆ ଯାଉନଥିବାରୁ ଏହାର ବିଷମ ପରିସ୍ଥିତି ଉମରକୋଟ ସହର ବାସି ଙ୍କୁ ଭୋଗିବାକୁ ପଡୁଛି। ତେଣେ ଦିନ ବେଳେ ଭାରିଯାନ ଗୁଡ଼ିକ ଉମରକୋଟ ସହର ଭିତରକୁ ପ୍ରଵେଶ ଉପରେ କଟକଣା କରିବା ପାଇଁ ଜିଲ୍ଲାପାଳ ଓ ଏସ ପି ତୁରନ୍ତ ପଦକ୍ଷେପ ନେବା ପାଇଁ ସହର ବାସି ଦାବୀ କରିଛନ୍ତି।

You may have missed