ସମ୍ଭାବ୍ୟ ବାତ୍ୟା ମୁକାବିଲା ର ପ୍ରସ୍ତୁତି ସମୀକ୍ଷା କଲେ ପରିବହନ ମନ୍ତ୍ରୀ
ଛତ୍ରପୁର -୨୪/୧୦/୨୪(ଅରୁଣ କୁମାର ପଣ୍ଡା )ସମ୍ଭାବ୍ୟ ବାତ୍ୟା ଦାନା ରେ ଗଞ୍ଜାମ ଜିଲ୍ଲା ରେ ଧନ ଜୀବନ ର ସୁରକ୍ଷା ସହ ଜିରୋ କାଜୁୟାଲିଟି ରହିବ ସେଥି ପାଇଁ ସମସ୍ତ ପ୍ରସ୍ତୁତ କରାଯାଇଛି ଜିଲ୍ଲା ର ସମୁଦ୍ର କୁଳିଆ ଏବଂ ନଦୀ ପାର୍ଶ୍ୱ ରେ ବସ ଵାସ କରୁଥିବା ଲୋକେ ମାଟି କାନ୍ଥ ଘରେ ରହୁଥିବା ପରିବାର ଓ ବିପଦ ପୂର୍ଣ୍ଣ ସ୍ଥିତି ରେ ଥିବା ପରିବାର କୁ ବାତ୍ୟା ଆଶ୍ରୟ ସ୍ଥଳୀ ସ୍ଥାନା ନ୍ତର କରି ରନ୍ଧା ଖାଦ୍ୟ ପ୍ରଦାନ କରିବା ନିମନ୍ତେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ନିଁର୍ଧେଶ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଛତ୍ରପୁର ସର୍କିଟ ହଉସେ ଠାରେ ଜିଲ୍ଲାପାଳ ଙ୍କ ସହ ବାତ୍ୟା ମୁକାବିଲା ଲାଗି ସମୀକ୍ଷା କରିଛନ୍ତି ବାତ୍ୟା ଦାନା କୁ ନେଇ ଗଞ୍ଜାମ ଜିଲ୍ଲା ଏଲୋ ୱାର୍ଣିଂ ରେ ଅଛି ଗଞ୍ଜାମ ଜିଲ୍ଲା ରେ ବିଶେଷ ଭାବେ ପ୍ରଭାବ ନଥିବା ବେଳେ ଏହାର ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ତା କରାଯାଇଛି ଜିଲାରେ ୧୦୯ଗୋଟି ବାତ୍ୟା ଆଶ୍ରୟସ୍ଥଳୀ ଥିବା ସତ୍ୟେ ଅତିରିକ୍ତ ୭ଟି ଆଶ୍ରୟ ସ୍ଥଳୀ ଚୀନଠ କରାଯାଇଛି ଜିଲ୍ଲା ର ସମସ୍ତ ବିଭାଗ ର ଛୁଟି ବାତିଲ କରାଯାଇଛି ଗଞ୍ଜାମ ଜିଲ୍ଲା ରେ ବାତ୍ୟା ର ମୁକାବିଲା କରିବା ପାଇଁ ଜିରୋ କାଜୁୟାଲିଟି ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛନ୍ତି ଗଞ୍ଜାମ ଜିଲ୍ଲା ବାସି ବଡ ବାତ୍ୟା କୁ ସାମ୍ନା କରିଛନ୍ତି ତେଣୁ ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲି ମନ୍ତ୍ରୀ ଜେନା କହିଛନ୍ତି ଜିଲ୍ଲାପାଳ ଙ୍କ ସହ ମନ୍ତ୍ରୀ ଙ୍କ ସମୀକ୍ଷା ବେଳେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ପରିଷଦ ର ମୁଖ୍ୟ ଉର୍ଣ୍ଣୟନ ଅଧିକାରିଣୀ ମଧୁମିତା, ଅତିରିକ୍ତ ଜିଲ୍ଲା ପାଳ ମଧୁସୂଦନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।