June 29, 2024
Share

*ଖବର ଆଜିର*
*ତାରିଖ ୨୪/୧୦/୨୩, ମଙ୍ଗଳବାର*

*୧-ଦୁର୍ଗାପୂଜା ପାଇଁ ଉତ୍ସବମୁଖର ଗାଁଠୁ ସହର । ମଣ୍ଡପରେ ମହାମାୟାଙ୍କ ଦର୍ଶନ ପାଇଁ ଭିଡ ଲାଗୁଛି ଭକ୍ତର।*

*୨-ଭୁବନେଶ୍ୱର – ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍‌ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ତାଙ୍କ ସ୍ୱେଚ୍ଛାକୃତ ଅବସରକୁ ମଞ୍ଜୁର କରିଛି।*

*୩-ବାତ୍ୟାର ରୂପ ନେଲା ଲଘୁଚାପ – ବାତ୍ୟା ହମୁନ୍‌ ଏବେ ବାଂଲାଦେଶ ମୁହାଁ।*

*୪-ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳଙ୍କୁ SRCଙ୍କ ସତର୍କତା, RDC ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ ପରାମର୍ଶ।*

*୫-ଭୁବନେଶ୍ୱର:ପୂଜା ପାଇଁ ଅସମ୍ଭାଳ ଭିଡ଼ । ଫସିଲା ଆମ୍ବୁଲାନ୍ସ, ପୋଲିସ ଗାଡ଼ି । ଅଳ୍ପ କିଛି ରାସ୍ତା ଅତିକ୍ରମ କରିବାକୁ ଲାଗୁଛି ଘଣ୍ଟା ଘଣ୍ଟା ସମୟ।*

*୬-ଘୋଷଣା ହେଲା ୫୪ତମ ଇଣ୍ଡିଆନ ପାନାରୋମା ୨୦୨୩, ମନୋନୀତ ହେଲା ଓଡ଼ିଆ ସିନେମା ‘ଦ ସି ଆଣ୍ଡ ସେଭେନ ଭିଲେଜ’।*

*୭-କଳାହାଣ୍ଡିରେ ବସ୍ ଓଲଟି ୧୫ ଗୁରୁତର।ବସ୍‌ଟି ଏକ ବିଲ ଭିତରକୁ ଓଲଟି ପଡିଥିଲା।*

*୮-ଡା.ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟ: ୧୧ ବର୍ଷ ପରେ ଦକ୍ଷତା ପରୀକ୍ଷା, ଦଶହରାରେ ମିଳିଲାନି ଦରମା।*

*୯-ଝାରସୁଗୁଡାରେ ହେବନି ରାବଣ ପୋଡି । ରାଜନୈତିକ ବିବାଦ ଯୋଗୁଁ ରାବଣ ପୋଡି ପାଇଁ ଅନୁମତି ଦେଲାନି ଜିଲ୍ଲା ପ୍ରଶାସନ।*

*୧୦-ଭବାନୀପାଟଣା: କଳାହାଣ୍ଡିବାସୀଙ୍କ ଆରାଧ୍ୟା ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସମ୍ପନ୍ନ।*

*୧୧-ଭୁବନେଶ୍ୱର:ପୂର୍ବତନ ବାୟୁସେନା ଅଧିକାରୀଙ୍କ ଆକାଉଣ୍ଟ ଖାଲି; ୩୫ ଲକ୍ଷ ଲୁଟିନେଲା ସାଇବର ଲୁଟେରା।*

*୧୨-ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରୁ ଲୁଟ୍ ଘଟଣାରେ ୩୦ରୁ ଅଧିକ ସନ୍ଦିଗ୍ଧ ଅଟକ।*

*୧୩-ନୀଳଗିରି:ଟ୍ରକ୍ ଚକା ତଳେ ଚାଲିଗଲା ମାଆର ଜୀବନ, ଅଳ୍ପକେ ବର୍ତ୍ତିଲେ ପୁଅ ଓ ନାତି।*

*୧୪-ବିଜୟା ଦଶମୀରେ ଦୁଲୁକିବ ରାମଲୀଳା ମୈଦାନ: ସିଏମ୍‌ କେଜ୍ରିଓ୍ୱାଲଙ୍କ ସହ ମିଶି ରାବଣକୁ ଶରବିଦ୍ଧ କରିବେ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ।*

*୧୫-ନୂଆ ଦିଲ୍ଲୀ:ବିଶିଷ୍ଟ କ୍ରିକେଟ ଖେଳାଳୀ ବିଶନ୍‌ ସିଂ ବେଦୀଙ୍କ ପରଲୋକ।*

*୧୬-ଡିଜ୍‌ନୀ ଇଣ୍ଡିଆ ଅଂଶଧନ କିଣିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍: ନଭେମ୍ବରରେ ହୋଇପାରେ ଡିଲ୍ ଫାଇନାଲ୍‌।*

*୧୭-ବାଂଲାଦେଶରେ ଦୁଇ ଟ୍ରେନ୍‌ ମୁହାଁମୁହିଁ ଧକ୍କା – ଅନେକ ମୃତାହତ।*

*୧୮-ଆଫଗାନୀସ୍ତାନ ରଚିଲା ଇତିହାସ- ପାକିସ୍ତାନକୁ ବିଶ୍ୱକପ୍‌ କ୍ରିକେଟ ମ୍ୟାଚରେ ଶୋଚନୀୟ ଭାବେ ପରାସ୍ତ କଲା।*

*୧୯-ଘାତକ ହ୍ୱାଇଟ୍‌ ଫସଫରସ୍‌ ବୋମା ମାଡ଼ କରୁଛି ଇସ୍ରାଏଲ ! ପାଲେଷ୍ଟାଇନ୍‌ର ଅଭିଯୋଗ ପରେ ବଢିଲା ଚିନ୍ତା।*

. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
. *🙏 🌹 ହାପି ବିଜୟା ଦଶମୀ 🌹 🙏*