August 26, 2026

ହୃଦଘାତରେ ଆର୍ମି ଅଫିସର ଙ୍କ ସହିଦ

IMG-20231023-WA0014
Share

ହୃଦଘାତରେ ଆର୍ମି ଅଫିସର ଙ୍କ ସହିଦ

 

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜରଡା ପଂଚାୟତ ଅନ୍ତର୍ଗତ ଅଭୟପୁର ଗ୍ରାମର ସଚ୍ଚିଦାନନ୍ଦ ପ୍ରଧାନ(୪୫) ରାଜସ୍ଥାନ ସ୍ଥିତ ଆର୍ମି କ୍ୟାମ୍ପ ରେ ଜୁନିଅର କମିଶନର ଅଫିସର ଭାବେ କାର୍ଯ୍ୟରତ ଥିବା ସମୟ ରେ ହୃଦ୍ ଘାତ ରେ ସହିଦ୍ ହୋଇଛନ୍ତି । ସେ ୧୯୯୫ ରେ ସୈନିକ ଭାବେ ସେନା ବାହିନୀ ରେ ଯୋଗ ଦେଇଥିବା ବେଳେ ଜଣେ ନିଷ୍ଠାପର, ସଚ୍ଚୋଟ ଆର୍ମି ଅଫିସର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ସହିଦ୍ ରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ସୋମବାର ଗାର୍ଡ ଅଫ ଅନର ଦିଆଯିବ। ଏ ନେଇ ତହସିଲଦାର ଅମିତ୍ କୁମାର ନାୟକ ଓ ଜରଡା ଥାନା ଅଧିକାରୀ ଟୁନା ସାସମଲ ଅଭୟପୂର ଯାଇ ସହିଦ୍ ଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦନ ସମ୍ପର୍କିତ ପୂର୍ବ ପ୍ରସ୍ତୁତି ଚଳାଇଛନ୍ତି। ସହିଦ୍ ସଚିଦାନନ୍ଦ ଙ୍କ ସ୍ତ୍ରୀ, ପୁଅ ଓ ଝିଅ ବେଙ୍ଗୋଲର ରେ ରହୁଥିବା ବେଳେ ଖବର ପାଇଁ ମର୍ମାହତ ହୋଇ ପଡିଛନ୍ତି ।
ସନ୍ତୋଷ କୁମାର ପ୍ରଧାନ ଙ୍କ ରିପୋର୍ଟ

You may have missed