September 29, 2024

କାଶୀନଗର ଏନ ଏ ସି ରେ ସ୍ୱଚ୍ଛତା ଅଭିଯାନ 

Share

 

କାଶୀନଗର (ରାଧାନାଥ ଚୌଧୁରୀ )

ତା 24/9/24

 

କାଶୀନଗର ଏନ ଏ ସି ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି. ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅର୍ଥାତ ଏହି ମାସ ସତର ତାରିଖ ଠରୁ ଆରମ୍ଭ ହୋଇ ଅକ୍ଟାବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଯାଏଁ ସାରା ଭାରତରେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଜରିଆରେ ସଫେଇ କାର୍ଯ୍ୟକ୍ରମ ଚାଲିବ . ଏହି ସ୍ୱଚ୍ଛ କାର୍ଯ୍ୟକ୍ରମ ର ମୁଖ୍ୟ ନାରା ହେଉଛି “ସ୍ଵଭାଵ ସ୍ୱଚ୍ଛ ତ ସଂସ୍କାର ସ୍ୱଚ୍ଛ”.ଏହି କାର୍ଯ୍ୟକ୍ରମ କୁ ସାହର ମଧ୍ୟରେ ଥିବା ସମସ୍ତ ୱାର୍ଡକୁ ପର୍ଯାୟ କ୍ରମ ସାମିଲ କରି ସ୍ୱଚ୍ଛ ଅଭିଯାନକୁ ଲୋକଙ୍କ ନିକଟରେ ପହଞ୍ଚଇ ଏହି ମିଶନକୁ ସଫଳତା କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ . ଆଜିର ଏହି ସ୍ୱଛତା କାର୍ଯ୍ୟକ୍ରମରେ କାଶୀନଗର ଏନ ଏ ସି ଅଧ୍ୟକ୍ଷା ଏମ.ସୁଦ୍ଧାରାଣୀ, ଉପାଧ୍ୟକ୍ଷ ରଘୁରାମ ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗବତ ସାହୁ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ. ଏନ ଏ ସି ସ୍ୱଚ୍ଛତା ମିଶନର ଜେ.ଏସ.ଇ ଜୟସେନ ନାହାକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ଏହି ସ୍ଵଛତା କାର୍ଯ୍ୟକ୍ରମ ସ୍ଥାନୀୟ ଏନ ଏ ସି କାର୍ଯ୍ୟାଳୟ ପରିସରରୁ ଅଭିଯାନ ଆରମ୍ଭ କରି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଥିବା ପାର୍କ ପର୍ଯ୍ୟନ୍ତ ଗସ୍ତ କରି ସଫେଇ କରାଯାଇ ଥିଲା.