June 20, 2026

ସମାଜ ସେବା ନିମନ୍ତେ ୟୁଥ୍ ଫର୍ ଭିଲେଜ୍ ସମ୍ବର୍ଦ୍ଧିତ

IMG-20230924-WA0050
Share

ସମାଜ ସେବା ନିମନ୍ତେ ୟୁଥ୍ ଫର୍ ଭିଲେଜ୍ ସମ୍ବର୍ଦ୍ଧିତ

———————————-

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଯୁବ ସଂଗଠନ ୟୁଥ୍ ଫର୍ ଭିଲେଜ୍ ତୃଣମୂଳ ସ୍ତରରେ ସାମାଜିକ କାର୍ଯ୍ୟକ୍ରମ ନିମନ୍ତେ ବିଶିଷ୍ଠ ସାମାଜିକ ଅନୁଷ୍ଠାନ ବିପଦର ବନ୍ଧୁ ଓଡ଼ିଶା ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛି। ବ୍ରହ୍ମପୁର ସ୍ଥିତ ଗୋସାଣୀ ନୂଆଗାଁ ଉତ୍ତରେଶ୍ୱର ଭବନରେ ଜିଲ୍ଲାର ପରିଚିତ ଅଗ୍ରଣୀ ସାମାଜିକ ସଂଗଠନ ବିପଦର ବନ୍ଧୁ ଓଡ଼ିଶା ପକ୍ଷରୁ ଅନୁଷ୍ଠାନର ଷଷ୍ଠ ସ୍ଵନକ୍ଷତ୍ର ଓ ସମ୍ବର୍ଦ୍ଧନା ଉତ୍ସବରେ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ସାମାଜିକ ସଂଗଠନ ଓ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତ ତାରିଣୀ ପଲ୍ଲୀ ଗ୍ରାମର ୟୁଥ୍ ଫର୍ ଭିଲେଜ୍ କୁ ବିପଦର ବନ୍ଧୁ ସମ୍ମାନ ୨୦୨୩ ରେ ସମ୍ବର୍ଦ୍ଧନା ଦିଆଯାଇଛି। ୟୁଥ୍ ଫର୍ ଭିଲେଜ୍ ସଭାପତି କୈଳାଶ ଚନ୍ଦ୍ର ସେଠୀ ଓ ପୂର୍ବତନ ସଭାପତି ପୂର୍ଣ୍ଣ ଚନ୍ଦ୍ର ଗୌଡ ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ। ଏହି ସମ୍ବର୍ଦ୍ଧନା ଫଳରେ ଅଞ୍ଚଳର ବହୁ ବ୍ୟକ୍ତି ଅନୁଷ୍ଠାନ କୁ ଅଭିନନ୍ଦନ ଜଣାଇଛନ୍ତି।

You may have missed