November 22, 2024

ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟାଙ୍କ ବାଳ ନିକେତନ ପରିଦର୍ଶନ ଅନୁଷ୍ଠାନ ଆସନ ସଂଖ୍ୟା ବୃଦ୍ଧି ପାଇଁ ପ୍ରସ୍ତାବ

Share

ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟାଙ୍କ ବାଳ ନିକେତନ ପରିଦର୍ଶନ
ଅନୁଷ୍ଠାନ ଆସନ ସଂଖ୍ୟା ବୃଦ୍ଧି ପାଇଁ ପ୍ରସ୍ତାବ

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଆଜି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ର ଉପଦେଷ୍ଟା ସୁମିତ୍ରା ଜେନା ରାୟଗଡା ଜିଲ୍ଲା ଗସ୍ତରେ ଆସି ଗୁଣୁପୁର ଲିମାମେଡା ଠାରେ ଥିବା ବାଳ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରିଥିଲେ । ଅନୁଷ୍ଠାନ ର ଅନ୍ତେବାସୀ ଙ୍କ ସହ ଆଲୋଚନା କରି ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ପିଲାଙ୍କ ପାଇଁ ନିଆ ଯାଇଥିବା ଯତ୍ନ ବ୍ୟବସ୍ଥା ସମ୍ପର୍କରେ ଅନୁଷ୍ଠାନ ର ପରିଚାଳକ ଓ ପରାମର୍ଶଦାତା ଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାରେ ଏକ ମାତ୍ର ବାଳକ ଅନୁଷ୍ଠାନ ଥିବା ଓ ଏହାର ଆସନ ସଂଖ୍ୟା ୫୦ ଥିବା ବେଳେ ଅନେକ ଅସହାୟ ଓ ଯତ୍ନ ଆବଶ୍ୟକ କରୁଥିବା ଶିଶୁ ଆସନ ଅଭାବରୁ ଅନୁଷ୍ଠାନ ରେ ରହି ପାରୁ ନାହାଁନ୍ତି । ସେହିଭଳି ବିଭିନ୍ନ ସମୟରେ ଶିଶୁ ମଙ୍ଗଳ କମିଟି, ପୁଲିସ, ସ୍ବେଚ୍ଛାସେବୀଙ୍କ ଦ୍ଵାରା ଉଦ୍ଧାର ହୋଇ ଆସୁଥିବା ପିଲାଙ୍କୁ ଏଠାରେ ଅସ୍ଥାୟୀ ରହଣୀ କରାଯାଉଛି । ଏହି ଅନୁଷ୍ଠାନ ରେ ସୁଦୃଢ ଭିତ୍ତିଭୂମି, ପିଲାଙ୍କ ନିମନ୍ତେ ସୁ ବ୍ୟବସ୍ଥା ରହିଥିବା ବେଳେ ଏହାର ଆସନ ସଂଖ୍ୟା ବୃଦ୍ଧି କରିବା, ଏଠାରେ ଅସ୍ଥାୟୀ ଆଶ୍ରୟ ସ୍ଥଳ ଖୋଲିବା ନିହାତି ଆବଶ୍ୟକ ବୋଲି ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରତାପ ଦାଶ ଉପଦେଷ୍ଟା ଙ୍କୁ ପ୍ରସ୍ତାବ ଦେଇଥିଲେ । ପିଲାଙ୍କ ଶୟନ କକ୍ଷ, ପାଠପଢା କକ୍ଷ, ରୋଷେଇ ଓ ଭୋଜନ କକ୍ଷ, ପାଠାଗାର, ଅନ୍ତଗୃହ ଖେଳ କକ୍ଷ, ଚିତ୍ତ ବିନୋଦନ କକ୍ଷ, ଧନ୍ଦାମୂଳକ ଶିକ୍ଷା, କିଚେନ ଗାଡେନ, ବିସ୍ତୀର୍ଣ୍ଣ ଖେଳ ପଡ଼ିଆ ଏସବୁ ବୁଲି ଦେଖିଥିଲେ । ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏଭଳି ଉଚ୍ଚ କୋଟିର ସୁବ୍ୟବସ୍ଥା ଦେଖି ବେଶ ସନ୍ତୋଷ ବ୍ୟକ୍ତ କରିଥିଲେ । ଏଠାରେ ଏଭଳି ଉଚ୍ଚ କୋଟିର ସୁବ୍ୟବସ୍ଥା ଥିବା ଯୋଗୁଁ ଏହି ଅନୁଷ୍ଠାନ ର ଆସନ ସଂଖ୍ୟା ଶହେ କୁ ବୃଦ୍ଧି କରେଇବା ପାଇଁ ବିଭାଗୀୟ ମନ୍ତ୍ରୀ ଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଥିଲେ । ଅନୁଷ୍ଠାନ ର ଏଭଳି ପଦକ୍ଷେପ ଯୋଗୁଁ ପରିଚାଳନା କମିଟି ଓ କର୍ମଚାରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ତାଙ୍କ ସହ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରତାପ ଦାଶ, ନିରାକାର ପାଢ଼ୀ, ପ୍ରମୋଦ ନାୟକ ଉପସ୍ଥିତ ଥିଲେ । ଅନୁଷ୍ଠାନ ର ପରିଚାଳକ ଅକ୍ଷୟ ରଞ୍ଜନ ମହାନ୍ତି, ପରାମର୍ଶଦାତା ଅଜିତ୍ ମହାନ୍ତିଙ୍କ ସମେତ ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିଲେ ।