ରାଜଯୋଗିନୀ ଦାଦି ପ୍ରକାଶମଣି ଙ୍କ 18 ତମ ପୁଣ୍ୟତିଥି ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ଖୋର୍ଦ୍ଧା -(ପ୍ରିୟଙ୍କା ମହାପାତ୍ର)- ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଖୋର୍ଦ୍ଧା ଠାରେ ରାଜଯୋଗିନୀ ଦାଦି ପ୍ରକାଶମଣି ଙ୍କ 18 ତମ ପୁଣ୍ୟ ତିଥି ଅବସରରେ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଅତିଥିମାନେ ଦୀପ ପ୍ରଜ୍ୱଳନ କରି ଏହି ଶିବିରକୁ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା ପୌର ପରିଷଦର ଅଧକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ସୌର୍ଯ୍ୟ ରଂଜନ ମହାନ୍ତି,ଖୋର୍ଦ୍ଧା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ କୁମାର ସାମନ୍ତରାୟ, ଡାକ୍ତର ଅମିୟ ଜେନାମଣି, ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟ ର ସମ୍ପାଦକ ସୁଧୀର କୁମାର ମାନସିଂହ ଏବଂ ଖୋର୍ଦ୍ଧା ପ୍ରଜାପିତା ବ୍ରହ୍ମା କୁମାରି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ଜୟକ୍ରଷ୍ଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ପୂର୍ବତନ ମୁଖ୍ୟ ପ୍ରଶାସକ ଦାଦୀ ପ୍ରକାଶମଣି ଜୀଙ୍କର 18 ତମ ପୁଣ୍ୟ ତିଥି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଶ୍ରୀଯୁକ୍ତ ଶତପଥି ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ରକ୍ତଦାନକୁ “ମହତଦାନ” କୁହାଯାଏ କାରଣ ଏହା ଧନୀ ଏବଂ ଗରିବ ସମସ୍ତଙ୍କ ଜୀବନ ରକ୍ଷା କରେ।ମୁଖ୍ୟ ଅତିଥି ଖୋର୍ଦ୍ଧା ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ତାଙ୍କ ବକ୍ତବ୍ୟ ରେ କହିଥିଲେ “ଯେତେବେଳେ ଜଣେ ବ୍ୟକ୍ତି ରକ୍ତଦାନ କରନ୍ତି, ସେ ଜଣେ ଅଭାବୀ ବ୍ୟକ୍ତିଙ୍କୁ ଜୀବନ ଦିଅନ୍ତି। ଦାଦି ପ୍ରକାଶମଣି ଜୀଙ୍କ ସ୍ମୃତିରେ ଆୟୋଜିତ ଏହି ଶିବିର ମାନବତା ସେବାର ଏକ ମହାନ ଉଦାହରଣ”। ସେ ସଂଗଠନର ସାମାଜିକ ସେବାକୁ ପ୍ରଶଂସା କରିବା ସହିତ କାର୍ଯ୍ୟକ୍ରମର ସଫଳତା ପାଇଁ କାମନା କରିଥିଲେ। ଏହି ଶିବିରରେ ମୋଟ 44 ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା।ଖୋର୍ଦ୍ଧା ବ୍ଲଡ଼ ବ୍ୟାଙ୍କ ର ଡାକ୍ତର ସୌରଭ ସୁନ୍ଦର ରାୟ, ଟେକ୍ନିସିଆନ୍ ଅରୁଣ କୁମାର ସାହୁ, ଝୁନୁ ଲତା ସାହୁ, ଲକ୍ଷ୍ମୀ ପ୍ରିୟା ପ୍ରଧାନ, ଝାନ୍ସୀ ରାଣୀ ପାତ୍ର ରକ୍ତ ସଂଗ୍ରହରେ ସକ୍ରିୟ ଭାବରେ ସହାୟତା କରିଥିଲେ l ଶେଷରେ ସେବା କେନ୍ଦ୍ର ର ସଞ୍ଚlଳିକା ବ୍ରହ୍ମା କୁମାରୀ ଅନୁରାଧା ଏବଂ ସଂଯୋଜକ ବ୍ରହ୍ମାକୁମାର ଜୟକୃଷ୍ଣ ଶତପଥି ଏହି ଶିବିର ର ସଫଳତା ପାଇଁ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ l
