ପୁରୀରେ ଚାଲିଥିବା ୪୦ତମ IATO ବାର୍ଷିକ କନଭେନସନରେ ଓଡିଶା ପର୍ଯ୍ୟଟନ ସ୍ଥଳ

ପୁରୀର ଏକ ବିଳାସପୂର୍ଣ ହୋଟେଲରେ ୪୦ତମ IATO ବାର୍ଷିକ କନଭେନସନରେ ଓଡିଶା ପର୍ଯ୍ୟଟନ, ହୋଟେଲ ଶିଳ୍ପ ପ୍ରଭୃତି ର ପଚାଶ ରୁ ଉର୍ଦ୍ଧ ଷ୍ଟଲ ଲାଗିଥିବା ବେଳେ ଏହା ଅଗଷ୍ଟ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲୁରହିବ l ଗତ ୨୨ ତାରିଖ ସନ୍ଧ୍ୟାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଓଡ଼ିଶାର ପର୍ଯ୍ୟଟନ ସ୍ଥଳ ଗୁଡିକ ରେ ନୂତନୀକରଣ ଆବଶ୍ୟକ ଅଛି ବୋଲି ଅସ୍ମିତା ହଲିଡେଜ ପ୍ରାଇଭେଟ ଲିମିଟେଡ଼ ର ପଙ୍କଜ କୁମାର ମହାରଣା କହିଥିବା ବେଳେ ଏବେବି ଓଡ଼ିଶାର କେତୋଟି ପର୍ଯ୍ୟଟନ ସ୍ଥଳ ପର୍ଯ୍ୟଟକ ଙ୍କ ଦୃଷ୍ଟିଗୋଚର ହୋଇପାରିନାହିଁ କହିଥିଲେ ଟ୍ରଭେଲଜୋ ଟ୍ରିପ ର ଅଧକ୍ଷ ଲକ୍ଷ୍ମୀକାନ୍ତ ସ୍ୱାଇଁ, ସେହିଭଳି ଓଡିଶାକୁ ଆସୁଥିବା ପର୍ଯ୍ୟଟନ ମାନଙ୍କୁ ଆମ ଘରର ଅତିଥିଭାବେ ସତ୍କାର କରିବା ହେଉଛି ଆମର କର୍ତ୍ତବ୍ୟ ବୋଲି କହିଥିଲେ ବିଶ୍ୱ ଟାୱାର ଆଣ୍ଡ ଟ୍ରାଭେଲସ ର ଅଧକ୍ଷ ବିଶ୍ୱ ମୋହନ ଭୋଇ l ଏହି କାର୍ଯ୍ୟକ୍ରମ ଅଗଷ୍ଟ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ ପଚାଶରୁ ଉର୍ଦ୍ଧ ଅନୁଷ୍ଠାନ ଅଂଶଗ୍ରହଣ କରିଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
