ଦୁର୍ଘଟଣାରେ ତହସିଲ କର୍ମଚାରୀ ଗୁରୁତର
ବୁଗୁଡା : ତା ୨୪/୦୮/୨୪ : ବୁଗୁଡା ସହର ମୁଖ୍ୟ ସଡକରେ କାର ଓ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ବାଇକ୍ ଚାଳକ ଜଣକ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ଗୁରୁତର ଜଣକ ହେଲେ ସ୍ଥାନୀୟ ତହସିଲ କାର୍ଯ୍ଯାଳୟର କର୍ମଚାରୀ ସୋମନାଥ ସାହୁ (୫୫) । ପ୍ରକାଶ ଯେ , ଆଜି ସକାଳେ ସୋମନାଥ ବାଇକ୍ ଯୋଗେ ତାଙ୍କର ଷୋଳମଇଲିସ୍ଥିତ କ୍ବାଟରରୁ ବୁଗୁଡା ବଜାରକୁ ବାଇକ ଯୋଗେ ମୁଖ୍ୟ ସଡକରେ ଆସୁଥିବା ବେଳେ ଶକ୍ତିନଗରଠାରେ ଏକ କାର ସହ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ କାରଟି ସେଠାରୁ ଚାଲି ଯାଇଥିବା ବେଳେ ସୋମନାଥ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିରହିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ । ଦୁର୍ଘଟଣାରେ ତାଙ୍କର ମୁହଁ ଓ ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।