June 1, 2025

କାଶୀନଗର ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର 

Share

 

 

କାଶୀନଗର

ତା 24/8/24

କାଶୀନଗର ବିଜୁ କଲ୍ୟାଣ ମଣ୍ଡପ ଠାରେ ଶଙ୍କର ଚକ୍ଷୁ ମେଡିକାଲ, ହିଞ୍ଜିଳିକାଟୁ ତରଫରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଏନ ଏ ସି ଅଧ୍ୟକ୍ଷା ଏମ ସୁଦ୍ଧା ରାଣୀ ଉଦ୍ଘାଟନ କରିଥିଲେ. ଏହି ଶିବିରରେ କାଶୀନଗର ତଥା ଏହାର ଆଖପାଖ ଅଞ୍ଚଳ ରୁ ବହୁ ରୋଗୀ ଆସି ନିଜ ନିଜ ଚକ୍ଷୁ ମାଗଣା ରେ ପରୀକ୍ଷା କରିଥିଲେ. ଏହି ଚକ୍ଷୁ ଶିବିର ରେ ଚାରି ଜଣ ଟେକନିସିଏନ ଓ ଜଣେ ଚକ୍ଷୁ ଡାକ୍ତର ଉପସ୍ଥିତ ରହିଥିଲେ. ଯେଉଁ ରୋଗୀ ମାନଙ୍କ ର ଆଖିରେ ପରଳ ପଡିଛି ସେମାନଂକୁ ମାଗଣାରେ ଶଙ୍କର ଚକ୍ଷୁ ମେଡିକାଲ, ହିଞ୍ଜିଳିକାଟୁ ଠାରେ ପରଳ ସଫା କରି ଚଷମା ଦିଆଯିବ. ଏହି କାର୍ଯ୍ୟକ୍ରମ ରେ ବଂଶଧାରା ପାଠାଗାର ସଭାପତି ହୃଷିକେଶ ଗୌଡ଼, ବରିଷ୍ଠ ନାଗରିକ ରବୀନ୍ଦ୍ର ମଲ୍ଲିକ, ସାମ୍ବାଦିକ ଆନନ୍ଦ ପାତ୍ର ଓ ରାଜେଶ ପଟନାୟକ ସହଯୋଗ କରିଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ

You may have missed