ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ଏଣ୍ଟି ରେଗିଙ୍ଗ ସପ୍ତାହ ପାଳିତ
ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ଏଣ୍ଟି ରେଗିଙ୍ଗ ସପ୍ତାହ ପାଳିତ ହୋଇଯାଇଛି । ସେହିପରି ବଢୁଥିବା ନାରୀ ନିର୍ଯାତନାକୁ କିପରି ରୋକାଯାଇପାରିବ ଏହାକୁନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନ ପ୍ରିନ୍ସିପାଲ ଡଃ.କାହ୍ନୁଚରଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଅନୁଷ୍ଠାନ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ରେଗିଙ୍ଗ କରିବା ଏକ ଦଣ୍ଡନୀୟ ଅପରାଧ ଏହାଠାରୁ ଛାତ୍ରଛାତ୍ରୀ ମାନେ ଦୁରେଇ ରହିବା ଉଚିତ ବୋଲି ପ୍ରିନ୍ସିପାଲ ନିଜ ବକ୍ତବ୍ଯରେ କହିଥିଲେ । ଭାରତର ସର୍ବୋଚ୍ଚ ନ୍ୟାୟାଳୟ ରେଗିଙ୍ଗ କରିବା ଏକ ଅପରାଧ ବୋଲି ବିବେଚନା କରି ଏଥିପାଇଁ ଆଇନ ଦ୍ଵାରା ଦଣ୍ଡ ବିଧାନ କରିଛନ୍ତି । ଏହା ଦ୍ବାରା ଜେଲ ଦଣ୍ଡ ମିଳିପାରେ । ୟୁ ଜି ସି ଏକ ନୋଟିସ୍ ମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଯେ କୌଣସି ଛାତ୍ରଛାତ୍ରୀ ଯଦି ରେଗୀଙ୍ଗ ର ଶିକାର ହୁଅନ୍ତି ତେବେ ସେମାନେ ଏଣ୍ଟି ରେଗିଙ୍ଗ ହେଲ୍ପ ଲାଇନ ନମ୍ବର ୧୮୦୦୧୮୦୫୫୨୨ କୁ କଲ୍ କରି ନିଜର ଅଭିଯୋଗ ଜଣେଇ ପାରିବେ । ଆବଶ୍ୟକ ସ୍ଥଳେ ରେଗିଙ୍ଗ କରିଥିବା ଛାତ୍ର କିମ୍ବା ଛାତ୍ରୀ ଏବଂ ରେଗିଙ୍ଗ ର ଶିକାର ହୋଇଥିବା ଛାତ୍ର ଛାତ୍ରୀଙ୍କ ଅଭିଭାବକଙ୍କ ଉପସ୍ଥିତି ରେ ଅନୁଷ୍ଠାନ କର୍ତୃପକ୍ଷ ଏକଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରିବେ ।
ସମସ୍ତ ଛାତ୍ରଛାତ୍ରୀ ରେଗିଙ୍ଗ ଠାରୁ ଦୁରେଇ ରହି ଶିକ୍ଷାକୁ ଗୁରୁତ୍ବ ଦେଇ କିପରି ଭଲମଣିଷ ହୋଇ ନିଜକୁ ଗଢିତୋଳିବେ ଏହା ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀଯୁକ୍ତ ଅକ୍ଷୟ ଦାସ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞୟ ସାହୁ ନିଜ ବାର୍ତ୍ତା ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ।
ଏହି କାର୍ଯ୍ୟକ୍ରମକୁ ପ୍ରଶାସନିକ ଅଧିକାରୀ ପି.ଭି.କୋଟେଶ୍ୱର ପରିଚାଳନା କରିଥିଲେ ।