ଆଜିର ଖବର..
୧-ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାଫଳ।ମୋଟ ୭୯୬ଜଣ ମଧ୍ୟରୁ ୪୪୧ଜଣ ପାସ୍ କରିଛନ୍ତି।
୨-ବିଧାନସଭାରେ ଆସିଲା ‘ସୁଭଦ୍ରା’ ଯୋଜନା ଏସଓପି, ଏସଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ସହାୟତା।
୩-ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ନ ୨ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ।
୪-ପୁରୀ:ସ୍ଥାନାନ୍ତର ହେଲା ରତ୍ନଭଣ୍ଡାରରେ ଖାଲିଥିବା ସମସ୍ତ ସିନ୍ଦୁକ ଓ ଆଲମିରା।
୫-ଭୁବନେଶ୍ୱର:ପ୍ରତି ଜିଲ୍ଲାର ମୁଖ୍ୟାଳୟରେ ଖୋଲିବ ଚାଉଳ ATM।
୬-ଓଡ଼ିଶା ଉପରେ ସିରିଜ୍ ଘୂର୍ଣ୍ଣିବଳୟ, ୪ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା।
୭-ଆଶିଷ ସିଂହ ଓ କୁଟ୍ଟେଙ୍କ ଅଡୁଆ ବଢ଼ିଲା,୩୦ ଦିନ ମଧ୍ୟରେ ପକ୍ଷ ରଖିବାକୁ ଗୃହ ବିଭାଗର ନିର୍ଦ୍ଦେଶ।
୮-ଭୁବନେଶ୍ୱର:+୨ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ଜାରି।
୯-ସହରାଞ୍ଚଳରେ SC/STଙ୍କ ଘରବାଡ଼ି ଜମି ବିକ୍ରୀରେ ଲାଗୁ ହେବ OLR ।
୧୦-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହାଇକୋର୍ଟ ନୋଟିସ, ସମ୍ବଲପୁର ଲୋକସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ ମାମଲାରେ ନୋଟିସ୍ ଜାରି କଲେ ଉଚ୍ଚ ନ୍ୟାୟାଳୟ।
୧୧-ରାଜ୍ୟରେ ଡାନ୍ସ ବାର୍ ସମ୍ପୂର୍ଣ୍ଣ ବନ୍ଦ ହେବ, ଗୃହରେ କହିଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
୧୨-SCBରେ ଡାକ୍ତରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ, କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତରୀ ଛାତ୍ରଛାତ୍ରୀ।
୧୩-ରାଜଧାନୀ ଡେଙ୍ଗୁ ହଟସ୍ପଟ୍!! ରୋଗୀଙ୍କ ସଂଖ୍ୟା ୨୪ ଶହ ପାର୍।ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି ।
୧୪-ରାଜ୍ୟରେ ଚିନ୍ତା ବଡାଇଲା ବେକାରି ସଂଖ୍ୟା । ଜାତୀୟ ହାରଠାରୁ ଓଡିଶାରେ ଅଧିକ ବେକାରି । ଗାଁଠୁ ସହରରେ ଅଧିକ ବେକାର।
୧୫-ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହେଲେ ରେଞ୍ଜର ବାବୁ, ମୟୁର-ଠେକୁଆରେ ଥିଲା ସଉକ।
୧୬-ବଲାଙ୍ଗୀର ଜେଲରେ ପୁଲିସ ବିଭାଗର ବଡଧରଣର ଚଢାଉ, ଜେଲ ଭିତରୁ ବିଡି, ସିଗାରେଟ୍, ଦିଆସିଲି ଏବଂ ଅନ୍ୟ ନିଶାଦ୍ରବ୍ୟ ଜବତ, କାରନାମାରେ ଜେଲ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ।
୧୭-ବିଧାନସଭାରେ ମଦକୁ ନେଇ ମହାଭାରତ । ବାଚସ୍ପତିଙ୍କ ପୋଡ଼ିୟମ ଉପରେ ମାଇକ୍ ଟାଣିଲେ ବିଜେଡି ବିଧାୟକ।
୧୮-କୋଟିଆରେ ଆନ୍ଧ୍ରର ମନମାନୀ, ପଞ୍ଚାୟତରେ ଗ୍ରାମସଭା କଲେ ଆନ୍ଧ୍ର ସରପଞ୍ଚ।
୧୯-୫ ବର୍ଷ ପାଇଁ ଟ୍ରେଡିଂ କରିପାରିବେନି ଅନୀଲ ଅମ୍ବାନୀ, ୨୫ କୋଟି ଟଙ୍କା ଜରିମାନା କଲା ସେବି।
୨୦-କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ସିବିଆଇ ତଦନ୍ତ ପରିସରରେ ସେମିନାର ହଲର ‘ଭଙ୍ଗା କବାଟ ବୋଲ୍ଟ’।
୨୧-ଭୀଷଣ ବର୍ଷାରେ ଦିଲ୍ଲୀ ବେହାଲ, ପାଣିରେ ବୁଡି ବାଳକ ମୃତ, ରାସ୍ତାରେ ପହଁରିଲା ଗାଡ଼ି।
୨୨-ନେପାଳରେ ନଦୀକୁ ଖସିଲା ଯାତ୍ରୀବାହୀ ବସ୍, ୨୭ ଭାରତୀୟ ତୀର୍ଥଯାତ୍ରୀ ମୃତ।
୨୩-ଅଲଗା ହେବାର ୧୩ ବର୍ଷ ପରେ ପୁରୁଣା ବିଜନେଶ ପାର୍ଟନର ହିରୋକୁ ପଛରେ ପକାଇଲା ଜାପାନ କମ୍ପାନୀ ହୋଣ୍ଡା।
୨୪-ୟୁକ୍ରେନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜେଲେନ୍ସ୍କିଙ୍କ ସହିତ କଲେ ଦ୍ଵିପାକ୍ଷିକ ଆଲୋଚନା।