ଖମ୍ବେସୀ ରୁ ଆରମ୍ବ ହେଲା ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମୋହା ଅଭିଯାନ
ରାୟଗଡା :ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଯୋଜନା ସଂବଧିୟ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଖାଂବେସି ଗ୍ରାମରୁ ଶୁଭାରମ୍ଭ ହୋଇଛି।ଉକ୍ତ ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୧୦ ତାରିଖ ସେପ୍ଟେମ୍ବର ପର୍ଯ୍ୟନ୍ତ ଡଙ୍ଗରିଆ କନ୍ଧ ବସବାସ କରୁଥିବା ସମସ୍ତ ଗ୍ରାମରେ ଅନୁଷ୍ଠିତ ହେବ।କାର୍ଯ୍ୟକ୍ରମ ରେସଦାଶିବ ନାୟକ, ବିଡ଼ିଓଜଗତ ଜୀବନ ବଗର୍ତ୍ତି, ସ୍ୱତନ୍ତ୍ର ଅଧିକାରୀ,DKDAସୁବରଦିନୀ ୱାଡାକା, ସରପଞ୍ଚଜଗବନ୍ଧୁ ମେହେର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ତଥା ବ୍ଲକ ନୋଡାଲ ଅଧିକାରୀ ଙ୍କ ସମେତ ପଂଚାୟତ ରାଜ,କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ରାଜସ୍ୱ, ଗ୍ରାମ ଉନ୍ନୟନ, ପ୍ରାଣୀ ସମ୍ପଦ, ବିଦ୍ୟୁତ,ମହିଳା ଓ ଶିଶୁ ବିକାଶ ଆଦି ବିଭାଗର ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ବିଭାଗୀୟ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।ଉକ୍ତ ଯୋଜନା ରେ ସମସ୍ତ ଙ୍କୁ ପକ୍କାଘର,ପ୍ରତ୍ୟେକ ଘରକୁ ପାଣି, ପ୍ରତି ଗାଁ କୁ ପକ୍କା ରାସ୍ତା, ପ୍ରତି ଘରକୁ ବିଜୁଳି, ସମସ୍ତ ଙ୍କୁ ଉତ୍ତମ ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ସୁବିଧା, ପୋଷଣ,ଉନ୍ନତ ଟେଲିକମ ସେବା ଓ ବନଧନ ବିକାଶ କେନ୍ଦ୍ର ମାଧ୍ୟମରେ ଉନ୍ନତ ଜୀଵନ ଧାରା, ଆୟୁଷ୍ମାନ ଭାରତ ପ୍ରଭୁତି ସେବା ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ମାନେ ମତ ପୋଷଣ କରିଥିଲେ।
ବିଶେଷ ଭାବେ ଅନୁନ୍ନତ ଜନଜାତିର ସବୁ ଲୋକଙ୍କ ଆଧାର କାର୍ଡ ପଞ୍ଜିକରଣ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯିବା, ସ୍ୱାସ୍ଥ୍ୟଗତ ସୁବିଧା ନିମନ୍ତେ ଆୟୁଷ୍ମାନ ଭାରତ ଯୋଜନାରେ ପଞ୍ଜିକରଣ କରି ଯୋଗ୍ୟ ବ୍ୟକ୍ତିକୁ ସାମିଲ କରାଯିବ l ଜାତିଗତ ଏବଂ ବାସିନ୍ଦା ପ୍ରମାଣ ପତ୍ର ଦିଆଯିବ lରକ୍ତଶିକୁଳି ରୋଗ ଚିହ୍ନଟ କରାଯିବା ସହ ବିଭିନ୍ନ ମୌଳିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବl ଏହା ସହିତ ଜଙ୍ଗଲ ଜମି ପଟ୍ଟା, ଛାତ୍ର ବୃତ୍ତି, ପ୍ରସୂତି କାଳୀନ ସୁବିଧା, କିଷାନ କ୍ରେଡିଟ କାର୍ଡ, କିଷାନ ସମ୍ମାନ ନିଧି ଯୋଜନାରେ ସୁବିଧା ଯେପରି ଉକ୍ତ ଜନଜାତିଙ୍କ ନିକଟରେ ପହଞ୍ଚି ପାରିବ ସେଥିନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ମତବ୍ୟକ୍ତ କରିଥିଲେ।ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ