March 7, 2026

୧୫ ଦିନ ରେ ସମାଧାନ ନ ହେଲେ ଆତ୍ମହୁତି ଦେବେ ସରପଞ୍ଚ ..

IMG-20250724-WA0059
Share

 

୧- ସାଇଲୋ ସରପଞ୍ଚ ଓ କୁଜଙ୍ଗ ବିଡ଼ିଓ ଙ୍କ ବିବାଦ , ୨- ଆତ୍ମହୁତି ଦେବେ ସରପଞ୍ଚ ,୩- ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଙ୍କୁ ଲିଖିତ ପତ୍ର ଦେଲେ ସରପଞ୍ଚ , ୪- ୧୫ଦିନ ରେ ସମାଧାନ ନ ହେଲେ ଦେହରେ କିରୋସିନ୍ ଢାଳି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବା ପାଇଁ ଚେତାବନୀ। ପାରାଦୀପ ନିର୍ବାଚନ ମଣ୍ଡଳୀ କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତ ସରପଞ୍ଚ ସରୋଜ କୁମାର ସେଠୀ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଗତ କିଛିଦିନ ହେବ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ (ବିଡିଓ ) ଦିପକ ପ୍ରସାଦ ସ୍ବାଇଁ ଓ ସରପଞ୍ଚ ସରୋଜ ସେଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଯାହା ଫଳରେ ସାଧାରଣ ଲୋକଙ୍କ ସମସ୍ୟା ଉପରେ ପ୍ରଭାବ ପଡିବା ସହିତ ପଞ୍ଚାୟତ ରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରୁନାହିଁ। ଏମିତିକି ବିଡିଓ ବାରମ୍ବାର ଅପମାନ ଜନକ ବ୍ୟବହାର କରିବା ସହିତ କୌଣସି କାର୍ଯ୍ୟ ରେ ସହଯୋଗ କରୁନଥିବା ନେଇ ସରପଞ୍ଚ ସରୋଜ କୁମାର ସେଠୀ ସାଇଲୋ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ତାଙ୍କ ବିବୃତି ରଖିଛନ୍ତି। ପୂର୍ବ ସରକାର ସମୟରେ ଏକ ପ୍ରୋଜେକ୍ଟ ଆପ୍ରୁଭାଲ କରିବା କୁ ନେଇ ବିଡିଓ ସରୋଜ ଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ନେଇଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ହୋଇ ପାରୁନାହିଁ କିମ୍ବା ଟଙ୍କା ଫେରସ୍ତ ଦେଉନାହାନ୍ତି । ଏନେଇ ଜଗତସିଂହପୁର ଜିଲ୍ଲାପାଳଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିଁ। ଶେଷରେ ବାଧ୍ୟ ହୋଇ ମାନ୍ୟବର ମୂଖ୍ୟମନ୍ତ୍ରୀ , ପ୍ରଧାନମନ୍ତ୍ରୀ ଓ ମହାମହିମ ରାଷ୍ଟ୍ରପତି ଙ୍କୁ ଲିଖିତ ପତ୍ର ମାଧ୍ୟମରେ ଅବଗତ କରାଇବା ସହିତ ଆଗାମୀ ୧୫ଦିନ ମଧ୍ୟରେ ଏହାର କୌଣସି ସମାଧାନ ନହେଲେ ବାଧ୍ୟ ହୋଇ ଜଗତସିଂହପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରୋସିନ୍ ଢାଳି ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ସାଇଲୋ ସରପଞ୍ଚ ସରୋଜ କୁମାର ସେଠୀ। ଏନେଇ ଆମ ପ୍ରତିନିଧି କୁଜଙ୍ଗ ବିଡିଓ ଦୀପକ କୁମାର ସ୍ବାଇଁଙ୍କୁ ପଚାରିବାରୁ ଏ ବାବଦରେ ମୁଁ କିଛି କହିପାରିବିନି ବୋଲି କହିଛନ୍ତି।

 

(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )