ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତ

ବୁଗୁଡ଼ା : ତା ୨୪/୦୭/୨୫ : ସ୍ଥାନୀୟ ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଶ୍ରୀ ବଳଦେବଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ଯାପକ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ +୨ କଳା ବିଭାଗର ଏବଂ ଅଧ୍ଯାପକ ମନୋଜ କୁମାର ଦାସଙ୍କ ପୌରୋହିତ୍ୟରେ +୨ ବିଜ୍ଞାନ ବିଭାଗ ପକ୍ଷରୁ ପୃଥକ୍ ଭାବେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା ବେଳେ ଏ ଅବସରରେ ନବାଗତ ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯିବା ସହ ଶିକ୍ଷାନୁଷ୍ଠାନର ନୀତିନିୟମ ସମ୍ପର୍କରେ ଅବଗତ କରାଯାଇଥିଲା। ସେହିପରି ବଳଦେବଜୀୟୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ମନୋଜ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବ ଅବସରରେ +୨ କଳା ବିଭାଗର ନୂତନ ଛାତ୍ରୀଙ୍କୁ ସ୍ବାଗତ କରାଯାଇ ମାର୍ଗ ଦର୍ଶନ କରାଯାଇଥିଲା।
