October 5, 2024

ଗୌରୀ ଉପ୍ରା ବିଦ୍ୟାଳୟ ଆଗରେ ବର୍ଷା ପାଣି ଜମି ଦୁର୍ଗନ୍ଧମୟ,/ ଛାତ୍ର ଛାତ୍ରୀ ବିଦ୍ୟାଳୟ ଆସିବାକୁ ନାକ ଟେକୁଛନ୍ତି 

Share

 

 

କାଶୀନଗର ବ୍ଲକ ର ବିଭିନ୍ନ ବିଦ୍ୟାଳୟ ଆଗରେ ପାଣି ଜମା ହୋଇ ରହିଥିବାରୁ ସ୍ୱାସ୍ଥ୍ୟ ବିଭାଗ ଓ ଗ୍ରାମ ପଂଚାୟତ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି. ପ୍ରକାଶ ଥାଉକି, କାଶୀନଗର ବ୍ଲକ ର ଗୌରୀ ଗ୍ରାମରେ ଥିବା ଉ.ପ୍ରା ବିଦ୍ୟାଳୟ ଆଗରେ ପାଣି ଖଲାସ ନ ହୋଇ ଜମି ରହୁଥିବାରୁ ବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି. ବର୍ତମାନ ସାରାକରଙ୍କ ଦ୍ୱରା ଡେଙ୍ଗୁ ନିରାକରଣ ପାଇଁ ବହୁ ଜନ ସଚେତନ କଲେ ମଧ୍ୟ ଛୋଟ ଛୋଟ ଗାଁ ମାନଙ୍କରେ ଏହିପରି ଅସୁବିଧା ସୃଷ୍ଟି ହେଉଥିବାରୁ ଏଠାରେ ଏଡିସ ମଶା ସୃଷ୍ଟି ହୋଇ ମେଲେରିଆ ଓ ଡେଙ୍ଗୁ ବ୍ୟାପିବା ସମ୍ଭାବନା ରହିଛି ବୋଲି ଅବିଭାବକ ମାନେ ପିଲାଙ୍କୁ ବିଦ୍ୟାଳୟ ପଠାଇବାକୁ ମନା କରୁଛନ୍ତି | ଏଣୁ ସ୍ୱାସ୍ଥ୍ୟ ବିଭାଗ ଓ ପଞ୍ଚାୟତ ପ୍ରଶାସନ ନାଳ ନର୍ଦ୍ଧମା ସଫା ରଖିବା ସହ ବିଦ୍ୟାଳୟ ଆଗରେ ଯେଉଁ ବର୍ଷା ପାଣି ଜମି ରହୁଛି ତାହା ଆଗାମୀ ଦିନରେ କିପରି ଆଉ ରହିବ ନାହିଁ ସେଥିପାଇଁ ଦୃଷ୍ଟି ଦେବାକୁ ଜନ ସାଧାରଣ ଦାବୀ କରିଛନ୍ତି. ଆମ ପ୍ରତିନିଧି ଏହି ସମସ୍ୟା ନେଇ ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା ଙ୍କୁ ଯୋଗାଯୋଗ କରିବାରୁ ସେ ଏହି ସମସ୍ୟା ପ୍ରତି ବର୍ଷ ବର୍ଷା ଦିନେ ହେଉଛି ତେଣୁ ବିଭାଗୀୟ ଅଧିକାରୀଙ୍କ ସହ ସେ ନିଜେ ବିଦ୍ୟାଳୟ ନିକଟକୁ ଯାଇ ଅନୁଧ୍ୟାନ କରିବା ପରେ ସମସ୍ୟା କୁ ସମଧାନ କରାଯିବ ବୋଲି କହିଥିଲେ.

 

ଗଜପତି ଜିଲ୍ଲା କାଶୀନଗର ରୁ ଆନନ୍ଦ ପାତ୍ର ରିପୋର୍ଟର.