September 29, 2024

ବୁଦ୍ଧଖୋଲ ଉନ୍ନୟନ ସମିତିର ସଭାପତି ଦାୟିତ୍ୱ ଗ୍ରହଣ କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

Share

ବୁଗୁଡା : ତା ୨୪/୦୬/୨୪ : ଆଜି ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ବୁଦ୍ଧଖୋଲ ସମ୍ମିଳନୀ କକ୍ଷରେ ନବ ନିର୍ବାଚିତ ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ସମିତିର ନିୟମ ପ୍ରକାରେ ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କୁ ସଭାପତି ଦାୟିତ୍ୱ ଅର୍ପଣ କରାଯାଇଥିଲା l ଦାୟିତ୍ୱ ଗ୍ରହଣ କରିବା ପରେ ସବୁ ବର୍ଗର ଲୋକଙ୍କୁ ନେଇ ନୂତନ କମିଟି ଗଠନ କରିବା ସହ ବୁଦ୍ଧଖୋଲର ସର୍ବାଙ୍ଗୀନ ଉନ୍ନତି ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ l ବୈଠକରେ ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, କେ.ନୀଳମାଧବ ଅଚାରୀ ,ବ୍ଲକ ଉପାଧକ୍ଷ ମାନସ ପ୍ରଧାନ, ରେଞ୍ଜର ପ୍ରଦୀପ କୁମାର ମିଶ୍ର ,ବିଜେପି ନେତା ହରିହର ସାହୁ, ଗଙ୍ଗାଧର ବିଷୋୟୀ , ବୁଦ୍ଧଖୋଲ ଉନ୍ନୟନ ସମିତିର କାର୍ଯ୍ୟକାରୀ ସଭାପତି ଧରଣୀଧର ପଣ୍ଡା , ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ , କର୍ମକର୍ତ୍ତା ଓ ସଭ୍ୟବୃନ୍ଦ, ବୁଦ୍ଧିଜୀବୀ ଓ ବହୁ ଜନସାଧାରଣ ଉପସ୍ଥିତ ରହିଥିଲେ l