September 29, 2024

ଜ଼ିଲ୍ଲା ଖଣିଜ ପାଣ୍ଠି ର ଟଙ୍କା ରେ ଘୋରେଇ ରି ସୋର୍ଟ କୁ ପକା ରାସ୍ତା !!!!

Share

ରାୟଗଡା : ଜ଼ିଲ୍ଲା ଖଣିଜ ପାଣ୍ଠି ରୁ ପାଣି ପରି ଟଙ୍କା ଖର୍ଚ୍ଚ କରାଯାଇଛି ଗତ ବିଜେଡି ସରକାର ଙ୍କ ସମୟରେ l ଏକ ଘୋରେଇ ରିସର୍ଟ କୁ ଅନୁକମ୍ପା ପ୍ରଦର୍ଶନ ପୂର୍ବକ ସରକାରୀ ଟଙ୍କା ରେ
ରାସ୍ତା ନିର୍ମାଣ କରାଯାଇଛି l ସୂଚନା ଯୋଗ୍ୟଯେ ରାୟଗଡା ବ୍ଲକ ର ଓଡିଶା ଆନ୍ଧ୍ର ପ୍ରଦେଶ ସୀମାନ୍ତ କେରଡା ପଂଚାୟତ ର ଅନିଜା ଗାଁ ନିକଟରେ l ଗତ ବର୍ଷ 2023 ଅକଟୋବର 20 ତରିଖ ରେ ଅନିଜା ଗାଁ ଠାରୁ ଏକ ପକା ଵିଟ ରାସ୍ତା କାମ ଆରଂଭ ହୋଇ ଚଳିତ ବର୍ଷ 2024 ଫେବୃଆରୀ 19 ତାରିଖ ରେ ଶେଷ ହୋଇଛି l ଜ଼ିଲ୍ଲା ଖଣିଜ ପାଣ୍ଠି ରୁ 91 ଲକ୍ଷ 44 ହଜାର 157 ଟଙ୍କା ଖର୍ଚ୍ଚ କରି ରାୟଗଡା ଆଇ ଟି ଡି ଏ ଏହି ରାସ୍ତା କାମ କରିଥିବା ଅନିଜା ଗାଁ ମୁଣ୍ଡରେ ଥିବା ସୂଚନା ଫଳକ ରେ ଦର୍ଶା ଯାଇଛି l ବିଜେଡି ର ଏକ ନେତା ଙ୍କ ଚାପ ର ବସବର୍ତ୍ତୀ ହୋଇ ପୂର୍ବତନ ଜ଼ିଲ୍ଲାପାଳ ଅନିଜା ଗୋଲ୍ଫ ରିସର୍ଟ କୁ ରାସ୍ତା ନିର୍ମାଣ ନିମନ୍ତେ ନିର୍ଦେଶ ଦେଇଥିବା ଜଣାପଡିଛି l ଅନିଜା ଗାଁ ର ଶେଷ ମୁଣ୍ଡରେ ନାଗାବଳି ନଦୀ କୂଳରେ ଆନ୍ଧ୍ର ବିଶାଖପାଟଣା ଏକ ବ୍ୟକ୍ତି ଏହି ରିସର୍ଟ କୁ ନିର୍ମାଣ କରିଛନ୍ତି l ପୂର୍ବରୁ ରିସର୍ଟ କୁ ଯାତାୟାତ ପାଇଁ ରାସ୍ତା ନଥିଲା l ରିସର୍ଟ ମାଲିକ ଜ଼ିଲ୍ଲା ର ବିଜେଡି ନେତାଙ୍କ ସହିତ ଅତି ନିବିଡ଼ ସମ୍ପର୍କ ରହିଥିବା ରୁ ସେହି ନେତା ପୂର୍ବତନ ଜ଼ିଲ୍ଲାପାଳ ଙ୍କୁ ଚାପ ପ୍ରୟୋଗ କରି ରାସ୍ତା ନିର୍ମାଣ ରେ
ସକ୍ଷମ ହୋଇପାରିଲେ ବୋଲି ଆଲୋଚନା ଚାଲିଛି l ରାଜନୈତିକ ଚାପ ର ବାସବର୍ତ୍ତୀ ହୋଇ ତତ୍କାଳୀନ ଜ଼ିଲ୍ଲାପାଳ ଡି ଏମ ଏଫ ଫଣ୍ଡ ରୁ ରାସ୍ତା ନିର୍ମାଣ ପାଇଁ ରାୟଗଡା ଆଇ ଟି ଡି ଏ କୁ ନିର୍ଦେଶ ଦେଇଥିଲେ ବୋଲି ଜଣାପଡିଛି l ଏହି ରାସ୍ତା ନିର୍ମାଣ ଦ୍ୱାରା କୌଣସି ଗାଁ କିମ୍ବା ସାହି କୁ ସଂଯୋଗ ହୋଇନାହିଁ ସିଧା ରିସର୍ଟ ପର୍ଯ୍ୟନ୍ତ ଲମ୍ବିଛି l କାହାର ସ୍ୱାର୍ଥ ନିମନ୍ତେ ଏହି ରାସ୍ତା ନିର୍ମାଣ ହୋଇଛି ବୋଲି ଜନସାଧାରଣଙ୍କ ମନ ରେ ପ୍ରଶ୍ନ ଉଠିଛି l ଆଜି ପର୍ଯ୍ୟନ୍ତ ବିଭିନ୍ନ ଗାଁ କୁ ରାସ୍ତା ଟିଏ ନାହିଁ ଯେଉଁ ଗାଁ କୁ ରାସ୍ତା ନାହଁ ସେହି ଗାଁ କୁ ରାସ୍ତା ନିର୍ମାଣ ହୋଇଥିଲେ ଗ୍ରାମ ବାସି ଉପକୃତ ହୋଇପାରିଥାନ୍ତେ ବୋଲି ଲୋକେ ଆଲୋଚନା କରୁଛନ୍ତି l ଏହି ରାସ୍ତା ନିର୍ମାଣ ବିଷୟରେ ରାୟଗଡା ର ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି ଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଲେ ଯେ ରାସ୍ତା ନିର୍ମାଣ ସମ୍ପର୍କ ରେ ଜାଣିଛି କିନ୍ତୁ କେଉଁଠାକୁ ରାସ୍ତା ଯାଇଛି ଦେଖିନାହିଁ ବୋଲି l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ