March 12, 2026

ଉମରକୋଟ ରେ ଶ୍ରାବଣ ଛତୁ କିଲୋ ୧୬୦୦/- ଟଙ୍କା…….

IMG-20240624-WA0009
Share

 

ଉମରକୋଟ: – (ଏମ.ଦିନା°ଶୂ ଆଚାରୀ)୩ ଦିନ ଧରି ବର୍ଷା ଓ ଘଡ଼ ଘଡି ମାରିବା ପରେ ଆଜି ଚଳିତ ବର୍ଷ ରେ ପ୍ରଥମ ଥର ପାଇଁ ଶ୍ରାବଣ ଛତୁ ଉମରକୋଟ ବଜାର କୁ ଆସିଥିଲା। କିନ୍ତୁ ଏହାର କିଲୋ ପ୍ରତି ଦାମ ଥିଲା ୧୬୦୦ ଟଂକା। ଯଦି ଓ ମାତ୍ର ୩ କେଜି ଆସିଥିଲା । କିନ୍ତୁ ଏତେ ଦାମ ଶୁଣି ଗ୍ରାହକ ମାନେ କିଣିବା ପାଈଁ ଅମଙ୍ଗ ହେଉ ଥିଲେ।। କାହିଁକି ୧୬୦୦ ଟଂକା ଦେଈ ଛତୁ ଖାଇବୁ ତା ବଦଳ ରେ ଖାସି ମାଂସ କିଣି ଖାଇବା ଭଲ ବୋଲି ଗ୍ରାହକ ଙ୍କ ମଧ୍ୟ ରେ ଆଲୋଚନା ହେଉ ଥିଲା। ବରଂ ଦାମ କମିଲେ ଖାଇବା ଭଲ ବୋଲି ଗ୍ରାହକ ମାନେ ସ୍ଥିର କରି ଥିଲେ। କିନ୍ତୁ ସାଧାରଣଃ ଉମରକୋଟ ରେ ଶ୍ରାବଣ ଛତୁ ବଜାର କୁ ଆସିଲେ ୧୦୦୦/ ଟଂକା ରୁ ଆରମ୍ଭ ହୋଇ ଥାଏ। କିନ୍ତୁ ଚଳିତ ବର୍ଷ ଆରମ୍ଭ ରୁ ୧୬୦୦ ଟଂକା ଶୁଣି ଗ୍ରାହକ ଛାନିଆ।। ଉମରକୋଟ ରେ ଶ୍ରାବଣ ଛତୁ ପ୍ରଚୁର ଭାବେ ବିକ୍ରି ହେଇ ଥାଏ। ଶ୍ରାବଣ ଛତୁ ପାଈଁ ଝରିଗ। ପ୍ରସିଦ୍ଧ ଥିଲା। କିନ୍ତୁ ପ୍ରାୟ ୫ ବର୍ଷ ହେଲାଣି ଝରିଗାଁ ଆଉ ଛତୁ ଆସୁ ନାହି। ଉମରକୋଟ ଅଂଚଳ ର ବେପାରୀ ମାନେ ଏଠାରୁ ୩୦ କିଲୋମିଟର ଦୂରରେ ଥିବା ଛତିଶଗଡ ର ୟେର୍ଲ। ଓ ଅମରାବତୀ ରୁ ସସ୍ତ। ଦର ରେ ଆଣି ଏଠାରେ ଚଡ଼। ଦର ରେ ବିକ୍ରୀ କରି ଭଲ ଟଂକା ରୋଜଗାର କରିଥାନ୍ତି। କାରଣ ଏହି ଛତୁ ସାଧାରଣତଃ ସାଳ ଗଛ ଜଙ୍ଗଲ ରେ ହେଇ ଥାଏ। ଉମରକୋଟ ଠାରୁ ଲାଗିଥିବା ଛତିଶଗଡ ରାଜ୍ୟରେ ଶାଳ ଗଛ ଜଙ୍ଗଲ ରେ ପ୍ରଚୁର ପରିମାଣ ରେ ଛତୁ ହେଇଥାଏ। ଛତିଶଗଡର ପ୍ରାୟ ଅଧିକାଂଶ ଲୋକେ ଛତୁ ଖାଆନ୍ତି ନାହିଁ। ତେଣୁ ସେଠାରୁ ଉମରକୋଟ କୂ ପ୍ରଚୁର ପରିମାଣ ରେ ଶ୍ରାବଣ ଓ ବଡ। ଛତୁ ବିକ୍ରି ପାଇଁ ଆସି ଥାଏ।