December 4, 2024
Share

➡️୧-ଅତ୍ୟଧିକ ସ୍ନାନ ଜନିତ କାରଣରୁ ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ। ଆରମ୍ଭ ହେଲା ଅଣସର ଘରେ ମହାପ୍ରଭୁଙ୍କ ଅସୁସ୍ଥତାର ଗୁପ୍ତ ଉପଚାର, ପଥି ଭୋଗ ଦେଲେ ଦଇତାପତି ସେବାୟତ।

➡️୨-ଶ୍ରୀକ୍ଷେତ୍ରରେ ଆଉ ଶୁଭୁନି ଜୟ ଜଗନ୍ନାଥ ଧ୍ବନି, ନାହିଁ ଗହଳି ଚହଳି l ସେପଟେ ଚଳଚଞ୍ଚଳ ହୋଇ ଉଠିଛି ବ୍ରହ୍ମଗିରିର ଅଲାରନାଥ ପୀଠ । ବର୍ଷ ତମାମ ରତ୍ନ ସିଂହାସନରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ, ଅନବସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ ସମଫଳ ପ୍ରାପ୍ତି ହୋଇଥାଏ ବୋଲି ଭକ୍ତଙ୍କ ମନରେ ରହିଛି ବିଶ୍ୱାସ l

➡️୩-୧୮ତମ ଲୋକ ସଭାର ପ୍ରଥମ ସ୍ବତନ୍ତ୍ର ଅଧିବେଶନ ଆଜିଠାରୁ ହେବ ଆରମ୍ଭ l ଆଜି ଏବଂ ଆସନ୍ତାକାଲି ନୂଆ ନିର୍ବାଚିତ ଏମପିମାନେ ଶପଥ ଗ୍ରହଣ କରିବେ।

➡️୪-ବହୁଚର୍ଚ୍ଚିତ ନୀଟ୍‌ ୟୁଜି ପରୀକ୍ଷା ବିଭ୍ରାଟ ମାମଲାରେ ଗତକାଲି ଗ୍ରେସ ମାର୍କ ପାଇଥିବା ୧୫୬୩ ଆଶାୟୀଙ୍କ ପାଇଁ ହେଲା ପୁନଃ ପରୀକ୍ଷା l ଏହି ପରୀକ୍ଷା ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଛଅ କେନ୍ଦ୍ରରେ ହୋଇଛି। ପରୀକ୍ଷା ଦେବାକୁ ଆସିଲେନି ୭୫୦ ଆଶାୟୀ l

➡️୫-ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପାଇଁ ତିଆରି ହେଲେ ଆମ୍ବାସାଡର୍। ଏଣିକି ବିଭିନ୍ନ ଜିଲ୍ଲାର ସ୍କୁଲ୍ ଟପର୍ ଛାତ୍ରଛାତ୍ରୀ କରିବେ ନନ୍ଦନକାନନ ପାଇଁ ପ୍ରତିନିଧିତ୍ଵ।

➡️୬-ଆଜିଠାରୁ ବାଲେଶ୍ୱର ପୌରାଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ସହ ମିଳିବ ଇଣ୍ଟରନେଟ୍‌ ସେବା । ଏନେଇ ସୂଚନା ଦେଲେ ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକ୍‌ରେ ।

➡️୭-ଅନ୍ତର୍ଜାତୀୟ ବଜାରରେ ଚିଙ୍ଗୁଡ଼ି ମୂଲ୍ୟ ହେଲା ହ୍ରାସ l ଅନ୍ତର୍ଜାତୀୟ ବଜାରରେ ଚିଙ୍ଗୁଡ଼ି ଦର ୧୦ ବର୍ଷ ତଳେ ଯେତିକି ଥିଲା ବର୍ତ୍ତମାନ ତାହାର ଅଧା ପାଖାପାଖି ରହିଛି।

➡️୮-ପୁଣିଥରେ କେନ୍ଦ୍ର ସରକାର ଆରମ୍ଭ କଲେ କୋଇଲା ଖଣି ନିଲାମ ପାଇଁ ପ୍ରକ୍ରିୟା । ଦୁଇଦିନ ତଳେ ଏଥିନେଇ ଘୋଷଣା ହୋଇଥିଲା ବେଳେ ଏଥିରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ୧୦ଟି କୋଲ୍‌ ବ୍ଲକ୍‌ ରହିଛି। ‌

➡️୯-ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ସ୍ଥାୟୀ ପଟ୍ଟା । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେଲେ ସୂଚନା । ‘ଡିସେମ୍ବର ସୁଦ୍ଧା ସବୁ ସରକାରୀ ବିଭାଗକୁ ଜମି ମିଳିବା ପ୍ରକ୍ରିୟା ହେବ ଆରମ୍ଭ l

➡️୧୦-ସାନ ଜନ୍ମର ସାଥୀ ହେଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ l ଗତ ସାତ ବର୍ଷ ଧରି ଡେଟିଂ କରୁଥିବା ଏହି କପଲ୍‌ ମୁମ୍ବାଇରେ ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ହେଲେ ହାତକୁ ଦି’ ହାତ l

➡️୧୧-ମହାକାଶରୁ ଭୂପୃଷ୍ଠକୁ କିପରି ଫେରିବେ ଭାରତୀୟ ମହାକାଶଚାରୀ? ଏଥିପାଇଁ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଯାଇଥିବା ରି-ୟୁଜେବଲ୍ ବା ପୁନଃ ବ୍ୟବହାରକ୍ଷମ ଲଞ୍ଚ୍ ଭେହିକିଲର ସଫଳ ପରୀକ୍ଷଣ କଲା ଇସ୍ରୋ।

➡️୧୨-ଜାମିନ୍‌ ଉପରେ ରୋକ୍‌ ଲଗାଇବା ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ।

➡️୧୩-ପବ୍ଲିକ ସେକ୍ଟର ବ୍ୟାଙ୍କ କାନାଡ଼ା ବ୍ୟାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ହେଲା ହ୍ୟାକ୍ l କାନାଡ଼ା ବ୍ୟାଙ୍କର ଏକ୍ସ ସାଇଟ୍‌ରେ କିଛି ପୋଷ୍ଟନ କରିବାକୁ କାନାଡ଼ା ବ୍ୟାଙ୍କ କଲେ ନିବେଦନ l

➡️୧୪-ଜେଲରେ କେଜରିୱାଲଙ୍କ ଓଜନ ହ୍ରାସକୁ ନେଇ AAPର ଉଦବେଗ, ସେପଟେ AIIMS କହିଲେ ଡାୟେଟରେ ଖାଆନ୍ତୁ ପରଟା ଓ ପୁରୀ l ଗିରଫ ପରଠାରୁ ତାଙ୍କ ଓଜନ ୮ କେଜି କମିଛି l

➡️୧୫-ଦିଲ୍ଲୀ ବିମାନ ବନ୍ଦରକୁ ବୋମା ବିସ୍ପୋରଣରେ ଉଡାଇ ଦେବାକୁ ଧମକ ଦେଇଥିଲା ଏକ ୧୩ ବର୍ଷର ବାଳକ l ଏ ସମ୍ପର୍କରେ ସୂଚନା ଦେଲେ ଆଇଜିଆଇଏ ଡିସିପି ଉଷା ରଙ୍ଗନାନୀ l

➡️୧୬-ନିଟ୍ ୟୁଜି ପେପର ଲିକ୍ ମାମଲାର ତଦନ୍ତ ନିମନ୍ତେ ମୋବାଇଲ ଲୋକେସନ ଆଧାରରେ ବିହାର ନଭାଦା ଜିଲ୍ଲା ରଜୌଲୀ ପହଞ୍ଚିଥିବା ସିବିଆଇ ଟିମ୍‌କୁ ସ୍ଥାନୀୟ ଲୋକେ ମାରପିଟ l ଗ୍ରାମୀଣ ଭାବିଲେ ନକଲୀ l

➡️୧୭-ପୁଣି ଥରେ ନିଜ ପୁତୁରାଙ୍କୁ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ l ତାଙ୍କୁ ପୁଣିଥରେ ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ କରାଯାଇଛି ।

➡️୧୮-ଭାରତୀୟ ମହିଳା ୩-୦ରେ ଶୃଙ୍ଖଳା ଜିତିଲେ: ଶେଷ ଦିନିକିଆରେ ବି ଦକ୍ଷିଣ ଆଫ୍ରିକା ହେଲା ପରାସ୍ତ l ସେପଟେ ଇତିହାସ ରଚିଲେ ସ୍ମୃତି ମନ୍ଧାନା, ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୩୦୦+ ରନ ସ୍କୋର କରିବାରେ ହେଲେ ଏସିଆର ପ୍ରଥମ ଖେଳାଳି l

➡️୧୯-ଟି-୨୦ ବିଶ୍ୱକପ: ପ୍ରଥମ ଟିମ୍ ଭାବେ ସେମି ଫାଇନାଲରେ ପହଞ୍ଚିଲା ଇଂଲଣ୍ଡ l ଗତକାଲି ସୁପର-୮ରେ ନିଜର ଅନ୍ତିମ ମ୍ୟାଚରେ ଆମେରିକାକୁ ୧୦ ୱିକେଟରେ କଲା ପରାସ୍ତ l

➡️୨୦-ଅଲିମ୍ପିକ୍ସ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆ ହେଲେ ସସ୍‌ପେଣ୍ଡ୍‌ l ନ୍ୟାସନାଲ ଆଣ୍ଟିଂ ଡୋପିଂ ଏଜେନ୍ସି (NADA) ଏହି ଆକ୍ସନ ନେଇଥିବା ସୂଚନା ମିଳିଛି ।

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ଆନ୍ତର୍ଜାତୀୟ ମେଳା ଦିବସ ll*
*🔅ଆଜି ଜାତୀୟ ଶକ୍ତି ସପିଂ ଦିବସ ll*
*🔅ଆଜି ପାସପୋର୍ଟ ସେବା ଦିବସ ll*
*🔅ଆଜି ସାହସୀ ରାଣୀ ଦୁର୍ଗାବତୀଙ୍କ ଶହୀଦ ଦିବସ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*