July 8, 2024

ରାଜସ୍ବ ମନ୍ତ୍ରୀ ସୁରେଶ ପୂଝାରୀଙ୍କୁ ନିଜକର୍ମ ଭୂମି ସମ୍ବଲପୁର ରେ ବିପୁଳ ସମ୍ବର୍ଦ୍ଧନା,ଓଡିଶାର ସାମଗ୍ରିକ ବିକାଶ ନିଜରର ଲକ୍ଷ କହିଲେ ରାଜସ୍ୱ ମନ୍ତ୍ରୀ

Share

ସମ୍ବଲପୁର:ଓଡିଶାର ନବ ଗଠିତ ବିଜେପି ସରକାରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ କରି ଆସିଛନ୍ତି ନିଜର କର୍ମଭୂମିକୁ। ଗତ ୨୧ ତାରିଖ ଭୁବନେଶ୍ୱର ରୁ ଆସି ଦୁଇ ଦିନ ଧରି ନିଜର ନିର୍ବାଚନ ମଣ୍ଡଳୀ ବ୍ରଜରାଜନଗର ଓ ଝାରସୁଗୁଡା ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଆଜି ସନ୍ଧ୍ୟାରେ ସେ ସମ୍ବଲପୁର ପହଞ୍ଚିଥିଲେ । ପ୍ରଥମେ ଇଷ୍ଟଦେବୀ ମାଁ ସମଲେଶ୍ୱରୀ ଙ୍କ ମନ୍ଦିର କୁ ଯାଇ ପୂଜାର୍ଚନା ଓ ପ୍ରାର୍ଥନା କରିଥିଲେ । ସେଠାରୁ ଏକ ଭବ୍ୟ ଶୋଭାଯାତ୍ରା ରେ ବାହାରି ଜେଲ ଛକ କୁ ପହଞ୍ଚି ଥିଲେ । ଶୋଭାଯାତ୍ରା ସମୟରେ କମଲିବଜାର, କୁଞ୍ଜେଲପଡ଼ା, ଝାଡୁଆପଡ଼ା, ନନ୍ଦପଡା, ହାଟପଡ଼ା, ମାରୱାଡିପଡ଼ା, ଦଲେଇପଡା, ମ୍ୟୁନିସିପାଲିଟି ଛକ, କଚେରୀ ଛକ ଓ ଜେଲ ଛକ ରେ ସତାଧିକ ବିଜେପି କର୍ମୀ, ସମର୍ଥକ, ସାମାଜିକ ଓ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସାଧାରଣ ନାଗରିକ ତାଙ୍କୁ ସ୍ୱାଗତ ସମ୍ମାର୍ଦ୍ଧନା କରିଥିଲେ ।ରାସ୍ତାରେ ଆସୁଥିବା ସମୟରେ ମାଁ ପାଟଣେଶ୍ୱରୀ,ଜଗନ୍ନାଥ ଓ ହନୁମାନ ମନ୍ଦିର ଦର୍ଶନ କରିଥିଲେ।
କଚେରୀ ଛକ ସ୍ଥିତ ସହିଦ ସ୍ତମ୍ଭରେ ଓ ଜେଲ ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପାର୍ଘ୍ୟ ଦେଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜେଲ ଛକ ଠାରେ ଆୟୋଜିତ ସମ୍ମାର୍ଦ୍ଧନା ସଭା ରେ ଡ଼. ଶ୍ୟାମା ପ୍ରସାଦ ମୂଖାର୍ଜୀ ଙ୍କ ବଳିଦାନ ଦିବସ ଅବସରେ ରେ ଦୀପ ପ୍ରଜ୍ବଳନ କରି ପୁଷ୍ପାର୍ଘ୍ୟ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ସଭା ସ୍ଥଳ ରେ ଉପସ୍ଥିତ ବିଜେପି କର୍ମୀ ପଦାଧିକାରୀ ସାଧାରଣ ଜନତା ଙ୍କୁ ଦେଇଥିବା ନିଜର ଅଭିଭାଷଣ ରେ ଶ୍ରୀ ପୂଜାରୀ କହିଥିଲେ ଯେ,ହଜାର ହଜାର ଲକ୍ଷ ଲକ୍ଷ ବିଜେପି କର୍ମୀ ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ବଳିଦାନ ଯୋଗୁଁ ଆଜି ରାଜ୍ୟ ରେ ଏକକ ସଂଖ୍ୟା ଗରିଷ୍ଠତା ସହିତ ଆମେ ସରକାର ରେ ଆସିପାରିଛୁ ।ରାଜ୍ୟରୁ ଅମଲାତାନ୍ତ୍ରିକ, ଅହଙ୍କାରୀ, ଭ୍ରଷ୍ଟାଚାରୀ, ଦୁର୍ନୀତିଗ୍ରସ୍ତ ସରକାରୀ ବ୍ୟବସ୍ଥାର ଅନ୍ତ ହୋଇସରିଛି । ରାଜ୍ୟରେ ଏବେ ଏକ ଗଣତନ୍ତ୍ର ସର୍ବସ୍ବ ଲୋକାଭିମୁଖି ଓ ଜନକଲ୍ୟାଣକାରୀ ସରକାରର ଗଠନ ହୋଇ ସାରିଛି । ନିର୍ବାଚନ ସମୟରେ ଦିଆଯାଇଥିବା ସମସ୍ତ ପ୍ରତିଶୃତିକୁ ଆମେ ଅକ୍ଷରେ ଅକ୍ଷରେ ପାଳନ କରିବୁ । ରାଜ୍ୟ ର ପ୍ରତ୍ୟେଜ କୋଣ ଅନୁକୋଣରେ ସରକାର ପହଞ୍ଚିବା ସହ ରାଜ୍ୟର ସାମଗ୍ରିକ ବିକାଶ ଆମର ଲକ୍ଷ ।
ଆଜି ମୋର କର୍ମ ଭୂମି ସମ୍ବଲପୁର ରେ ଲୋକଙ୍କର ଭଲ ପାଇବା ଦେଖି ମୁଁ ଆତ୍ମ ବିଭୋର ଓ ମୁଁ ଏ ପୁଣ୍ୟ ପବିତ୍ର ମାଟି ପ୍ରତି ଚିରଋଣୀ ହୋଇ ରହିବି । ମୁଁ ସମ୍ବଲପୁରର ସବୁ ସୁଖ ଦୁଃଖରେ ସାମିଲ ରହିଛି ଓ ରହିଥିବି । ସେ ହାଇ କୋର୍ଟ ଆନ୍ଦୋଳନରେ ଆଇନଜୀବୀଙ୍କ ଉପରେ ହୋଇଥିବା ଅକଥନୀୟ ଅତ୍ୟାଚାର ସମୟରେ ହେଉ କି ହନୁମାନ ଜୟନ୍ତୀର ଅଘଟଣ ସବୁବେଳେ ମୁଁ ସମ୍ବଲପୁରବାସୀଙ୍କ ସହିତ ରହିଛି । ବିଗତ ସରକାର ପଶ୍ଚିମାଞ୍ଚଳ ପ୍ରତି ଯେଉଁ ବୈମାତୃକ ମନୋଭାବ ପୋଷଣ କରି ଆସୁଥିଲେ ଏବେ ତାହା ହେବାକୁ ଦେବି ନାହିଁ । ପଶ୍ଚିମାଞ୍ଚଳବାସୀଙ୍କୁ ତାଙ୍କର ସମସ୍ତ ନ୍ୟାର୍ଯ୍ୟ ଅଧିକାର ଦେବାରେ ମୁଁ ଅଗ୍ରଣୀ ଭୂମିକା ଗ୍ରହଣ କରିବି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଝାରୀ