July 5, 2024

କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ କଂଗ୍ରେସ ନେତାଙ୍କ ବିଜେପିରେ ଯୋଗଦାନ

Share


ସମ୍ବଲପୁର:ଆଜି ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟାୟ ପରିଚାଳନା ବିଭାଗର କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଝାରୀଙ୍କ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ଅବସରେ କଂଗ୍ରେସରୁ ବହୁ ନେତା କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି।
ଜେଲ ଛକରେ ହୋଇଥିବା ସ୍ୱାଗତ ସମ୍ବର୍ଦ୍ଧନା ଓ ଯୋଗଦାନ କାର୍ଯ୍ୟକ୍ରମକୁ ବରିଷ୍ଠ ବିଜେପି ନେତା ସୂର୍ଯ୍ୟ ପାଣିଗ୍ରାହୀ ପରିଚାଳନା କରିଥିଲେ । ମନ୍ତ୍ରୀ ଶ୍ରୀ ପୂଜାରୀ ଦଳରେ ଯୋଗାଦାନ କରିଥିବା ସଦସ୍ୟଙ୍କୁ ପୁଷ୍ପ ମାଲ୍ୟ ଓ ଉତ୍ତରୀୟ ଦେଇ ଦଳରେ ସ୍ୱାଗତ କରିଥିଲେ ।
ଜେଲ ଛକରେ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସହରର ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ଅନୁପ ତରିଆ ବିଜେପିରେ ସାମିଲ ହୋଇଥିଲେ । ତାଙ୍କ ସହିତ ନରେଶ ମିଶ୍ର, ଅମିତ ଶର୍ମା, ସୌରଭ ପୋଦ୍ଦାର ଙ୍କ ସମେତ ଶତାଧିକ ସମର୍ଥକ ମଧ୍ୟ ବିଜେପିରେ ଯୋଗଦାନ କରଥିଲେ ।