December 3, 2024
Share

*╭───────────────────╮*
*🌄ସକାଳର ଖବର, ୨୪-ଜୁନ-୨୦୨୩, ଶନିବାର*
*╰───────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହେରାପଞ୍ଚମୀ ନିତି, ସାଙ୍ଗରେ ନ ନେଇ ନବଦିନାତ୍ମକ ଯାତ୍ରାରେ ଯାଇଥିବା ଚତୁର୍ଦ୍ଧାମୂର୍ତ୍ତୀଙ୍କ ଉପରେ ରାଗରେ ଜର୍ଜରିତ ହୋଇ ନନ୍ଦିଘୋଷ ରଥ ଭାଙ୍ଗିବେ ଅଭିମାନୀ ମାଆ ମହାଲକ୍ଷ୍ମୀ l

➡️୨-ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତହ ଅଲ-ସିସିଙ୍କ ନିମନ୍ତ୍ରଣରେ ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଇଜିପ୍ଟ ଗସ୍ତ l ଏହି ଗସ୍ତରେ ସେ ମିଶ୍ରର ରାଜଧାନୀ କାହିରାରେ ଏକାଦଶ ଶତାବ୍ଦୀର ଅଲ-ହାକିମ ମସଜିଦ ପରିଦର୍ଶନ କରିବେ।

➡️୩-ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷିବ, ସତର୍କ କଲା ପାଣିପାଗ ବିଭାଗ l

➡️୪-ଦୁଇଟି ପର୍ଯ୍ୟାୟରେ ନନ୍ଦନକାନନର ହେବ ରୂପାନ୍ତର । ୫-ଟି ଉପକ୍ରମରେ ଏହାକୁ ଏକ ବିଶ୍ୱସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ଏହାର ରୂପାନ୍ତର କରାଯିବ । ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଅନୁମୋଦନ l

➡️୫-ଆମେରିକା ସଂସଦକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ। କହିଲେ ଦୁଇ ଦେଶର ସଂପର୍କର ନିବିଡତା ପଛରେ ରହିଛି ଲୋକତନ୍ତ୍ରର ଅତୁଟ ବନ୍ଧନ l

➡️୬-ପର୍ଯ୍ୟଟକଙ୍କୁ ଟଙ୍କା ମାଗିବା ଓ ଧମକାଇବା ଅଭିଯୋଗରେ ଲିଙ୍ଗରାଜ ମନ୍ଦିରର ୪ ସେବାୟତ ହେଲେ ଗିରଫ l

➡️୭-ଓଡ଼ିଶାରେ ମୌସୁମୀ ପ୍ରବେଶ ପରେ ବଢିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର l

➡️୮-ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଦୁଇଟି ଠିକଣାରୁ ଏପର୍ଯ୍ୟନ୍ତ ନଗଦ ୨,୯୧,୯୩,୮୦୦ ଟଙ୍କା ଜବତ ହୋଇଛି l

➡️୯-ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ବାଲ ସାହିତ୍ୟ ପୁରସ୍କାର । ଓଡିଶାରେ ଶିଶୁ ସାହିତ୍ୟିକ ଟିଟିଲାଗଡର ଯୁଗଳ କିଶୋର ଷଡଙ୍ଗୀ ଏହି ପୁରସ୍କାର ପାଇବା ପାଇଁ ହେଲେ ମନୋନିତ l

➡️୧୦-ଓଡ଼ିଶାରେ ‘ଆଦିପୁରୁଷ’ ଚଳଚ୍ଚିତ୍ରକୁ ବ୍ୟାନ୍‌ କରାଯାଉ ବୋଲି ପୁରୀ ଶ୍ରୀଜଗନ୍ନାଥ ସେନା ଆଣିଲେ ଅଭିଯୋଗ l ଏ ନେଇ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ହେଲା ବିକ୍ଷୋଭ ପ୍ରଦର୍ଶନ l

➡️୧୧-ଦିନିଆ ଓଡିଶା ଗସ୍ତ ସାରି ଗତକାଲି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା l

➡️୧୨-ଯୁକ୍ତରାଷ୍ଟ୍ର ଆମେରିକାର ହ୍ବାଇଟ୍‌ ହାଉସ୍‌‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମାନ‌ରେ ଆୟୋଜିତ ନୈଶଭୋଜିରେ ବ୍ୟବସାୟ ଦୁନିଆର ବହୁ ଚର୍ଚ୍ଚିତ ଚେହେରାଙ୍କୁ ଦେଖିବାକୁ ମିଳିଲା l

➡️୧୩-ସରିଲା ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ବାଲେଶ୍ୱର ଗସ୍ତ l ଶାନ୍ତିକାନନରେ ଫକୀର ମୋହନ ସେନପତିଙ୍କ ପ୍ରତିମୂର୍ତିରେ କଲେ ଶ୍ରଦ୍ଧାଞ୍ଜଳୀ ଅର୍ପଣ l ମିଶନ ଶକ୍ତି ବଜାର ବୁଲିବା ସହ ଉତ୍କଳ ବାଳାଶ୍ରମରେ ଛାତ୍ରଛାତ୍ରୀ ମାନଙ୍କ ସହିତ ବିତାଇଲେ ସମୟ l

➡️୧୪-ପାଟନାରେ ମୋଦୀଙ୍କ ବିରୋଧରେ ଦେଶର ୧୫ଟି ବିରୋଧୀ ଦଳର ମହାମେଳି । ୨୪ରେ ଏକାଠି ଲଢ଼ିବେ ନିର୍ବାଚନ l ସବୁ ଦଳର ଲକ୍ଷ୍ୟ ହେଉଛି କିପରି ୨୦୨୪ରେ ନରେନ୍ଦ୍ର ମୋଦୀଙ୍କୁ ହରାଇବେ ।

➡️୧୫-ଏଣିକି ଉତ୍ତରପ୍ରଦେଶ ବୋର୍ଡ ପାଠ୍ୟକ୍ରମରେ ମହାନ୍ କ୍ରାନ୍ତିକାରୀ ବିନାୟକ ଦାମୋଦର ସବରକରଙ୍କ ଜୀବନୀ ହେବ ସାମିଲ l

➡️୧୬-ଏଲନମସ୍କଙ୍କୁ କର୍ଣ୍ଣାଟକ ଆମନ୍ତ୍ରଣ କଲେ ବାଣିଜ୍ୟ ମନ୍ତ୍ରୀ ଏମ.ବି. ପାଟିଲ, କହିଲେ ଟେସ୍‌ଲାର ନିବେଶ ଲାଗି ଆମ ରାଜ୍ୟ ଉଚିତ ସ୍ଥାନ l

➡️୧୭-ପୁଣି କଡ଼ାକଡ଼ି ହେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଯାଞ୍ଚ୍, ନିୟମ ଉଲ୍ଲଂଘନକାରୀଙ୍କୁ ୫ ହଜାର ଟଙ୍କାର ମୋଟା ଫାଇନ୍ l

➡️୧୮-ପ୍ୟାରିସ ସମ୍ମିଳନୀରେ କାନ୍ଦିଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ: କହିଲେ-‘ଯୁଦ୍ଧ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ଆମକୁ ଖାଇବା ପାଇଁ ମଧ୍ୟ ଲୋନ୍ ଦିଆଯାଉ ନାହିଁ’ l

➡️୧୯-ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳାରୁ ଚେତେଶ୍ବର ପୂଜାରା ହେଲେ ବାଦ୍‌ l ପ୍ରଥମ ଥର ଲାଗି ଜୟସୱାଲ, ଋତୁରାଜ, ମୁକେଶ ହେଲେ ସାମିଲ l

➡️୨୦-ଜାତୀୟ ବରିଷ୍ଠ ମହିଳା ଫୁଟବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ସେମିଫାଇନାଲ୍‌ରେ କଲା ପ୍ରବେଶ l ଗତକାଲି ଚଣ୍ଡିଗଡ଼ ବିପକ୍ଷ ମ୍ୟାଚ୍‌କୁ ଓଡ଼ିଶା ୨-୦ ଗୋଲ୍‌ରେ ବିଜୟୀ ହୋଇ ଏହି ଯୋଗ୍ୟତା ଅର୍ଜନ କରିଛି l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ହେରା ପଞ୍ଚମୀ ll*
*🔅ଆଜି ଆନ୍ତର୍ଜାତୀୟ ମେଳା ଦିବସ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*