May 24, 2025

କୋରାପୁଟ ରୁ ବହୁଡ଼ିଯିବ ୬ ଗୋଟି ଟ୍ରେନ

Share

      ୨୪/୫/୨୦୨୫ କୋରାପୁଟ ରୁ ବହୁଡ଼ିଯିବ ୬ ଗୋଟି ଟ୍ରେନ । ପୂର୍ବତଟ ରେଲୱେ ୱାଲ୍ଟେର ଡିଭିଜନ ର କୋତ୍ଵଲ୍ସା- କିରେଣ୍ଡୁଲ ସେକ୍ସନରେ ନିରାପତ୍ତା ସମ୍ପ୍ରକିୟ ଆଧୁନୀକରଣ କାମ ଚାଳିଛି। ଏ ହାକୁ ଆଖୀରେ ରଖି ୬ ଗୋଟି ଟ୍ରେନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ସେଗୁଡିକ ହେଲା ହୀରାଖଣ୍ଡ ଏକ୍ସପ୍ରେସ, ସମଲେଶ୍ଵରୀ, ଏବଂ ରାଉରକେଲା ଏକ୍ସପ୍ରେସ । ମେ ୨୫ ରୁ ଜୁନ ୯ ପର୍ଯ୍ୟନ୍ତ ବିଭିନ୍ନ ତାରିଖରେ ଟ୍ରେନ ଗୁଡ଼ିକ ଜଗଦଲପୁର ଭାୟ ଜୟପୁର ନ ଜାଇ କୋରାପୁଟ ରୁ ଫେରିଯିବ । ବିଭାଗୀୟ ବରିଷ୍ଠ ଡିଭିଜନ କମ୍ୟୁନିକେସନ ମ୍ୟାନେଜର ଙ୍କର କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି। ବିଭାଗୀୟ ସୂଚନା ଅନୁଯାୟୀ ମେ ୨୬, ଜୁନ ୨ ଏବଂ ୯ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣା- କିରେଣ୍ଡୁଲ (୫୮୫୦୧) ପାସେଞ୍ଜର କୋରାପୁଟ ପର୍ଯ୍ୟନ୍ତ ଅସି ଫେରିଯିବ । ମେ ୨୬ , ଜୁନ ପାହିଲା ଏବଂ ୮ ତାରିଖରେ ଟ୍ରେନ ନଂ ୧୮୪୪୭ ଭୁବନେଶ୍ୱର- ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ ଭୁବେଶ୍ବରରୁ ବାହାରି କୋରାପୁଟ ଠାରୁ ଫେରିଯିବା । ସେହିପରି ମେ ୨୬, ଜୁନ ପହିଲା ଏବଂ ୮ ତାରିଖ ରେ ରାଉରକେଲା ଇଣ୍ଟର୍ସିଟୀ ଏକ୍ସପ୍ରେସ କୋରାପୁଟ ଠାରୁ ଫେରିଯିବ