ଆଜିର ଖବର…

୧-ଭୁବନେଶ୍ୱର:ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨) ଶ୍ରେଣୀରେ ନାମଲେଖା ନିମନ୍ତେ ଆବେଦନ ଲାଗି ବିଜ୍ଞପ୍ତି ପ୍ରକାଶ।ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ ଆରମ୍ଭ, ଜୁନ ୩୦ ଶେଷ ତାରିଖ।
୨-ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ମେ’ ୨୬ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ।
୩-ଯୁକ୍ତ ଦୁଇ ରିଚେକିଂ ଓ ରି-ଆଡିସନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ଜୁନ୍ ୧୩ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ।
୪-ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ମିଳିଲା ନିଯୁକ୍ତି।
୫-ଭୁବନେଶ୍ୱର:ଖାରବେଳ ନଗରରେ ସିରିଜ ଦୁର୍ଘଟଣା ଘଟି ପଛକୁ ପଛ ୪ଟି କାର ପିଟି ହୋଇଥିବା ସୂଚନା।
୬-ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ନୀତି ନିର୍ଘଣ୍ଟ, ୩୦ ତାରିଖ ରାତି ୧୨.୫୦ରୁ ୩ଟା ମଧ୍ୟରେ ପଡ଼ିବ ହସ୍ତଗଣ୍ଠି।
୭-ଖଣି ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, ସୁନ୍ଦରଗଡ଼ ଖଣି ଦୁର୍ନୀତିର ତଦନ୍ତଭାର ଗଲା ଭିଜିଲାନ୍ସ ହାତକୁ।
୮-ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା : ୮ ଜିଲ୍ଲାକୁ ୟେଲୋ ୱର୍ଣିଂ ଜାରି।
୯-ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା : ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
୧୦-ମେ’ ୨୭ ନୁହେଁ ବରଂ ମେ’ ୨୬ରେ ମିଳିବ ସାବିତ୍ରୀ ଅମାବାସ୍ୟା ଛୁଟି: ମୁଖ୍ୟମନ୍ତ୍ରୀ।
୧୧-କେନ୍ଦୁଝର ପାଟଣା ଥାନା ସିଲିପଦା ଗାଁରେ ଅଘଟଣ,ଏକାସାଙ୍ଗେ ଚାଲିଗଲା ଜେଜେ-ନାତିଙ୍କ ଜୀବନ, ନାତି ଜନ୍ମ ଦିନରେ ନଦୀକୁ ଯାଇଥିଲେ ଗାଧୋଇ।
୧୨-୭ ବର୍ଷର ଛକାପଞ୍ଝା ଶେଷ, ଚାକିରୀ ନାଁରେ ଠକି ଥିବା ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କୁ ଧରିଲା କ୍ରାଇମବ୍ରାଞ୍ଚ।
୧୩-ମେ’ ୩୧ରୁ ଜୁନ ୨୬ ମାସେ ବ୍ୟାପୀ ରାଜ୍ୟରେ ପାଳନ ହେବ ନିଶା ନିବାରଣ କାର୍ଯ୍ୟକ୍ରମ।
୧୪-ଭୁବନେଶ୍ୱର:ଆକ୍ସନ ମୋଡରେ କମିଶନରେଟ ପୋଲିସ୍, କେଦାରପଲ୍ଲୀ ବସ୍ତିରେ ଅପରାଧୀ ଘର ଉପରେ ବୁଲିଲା ବୁଲଡୋଜର।
୧୫-ବାରିପଦା: ମ୍ୟୁନିସିପାଲଟି କିରାଣି ଗୋପାଳ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଭିଜିଲାନ୍ସ ହାତରେ।
୧୬-ଧରାପଡିଲା କଟକ ବୟାଳିଶ ମୌଜା ବନ୍ଧୁକ ରାକେଟ ମାଷ୍ଟରମାଇଣ୍ଡ, ମୁଙ୍ଗେରରେ ମାଡିବସିଲା କ୍ରାଇମବ୍ରାଞ୍ଚ।
୧୭-ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଯୁବକଙ୍କୁ ଦିଆଯିବ ନିଯୁକ୍ତି ଭିତ୍ତିକ ତାଲିମ୍, ମିଳିବ ମାସିକ ୧ ହଜାର ଟଙ୍କା ଷ୍ଟାଇପେଣ୍ଡ,ଆବେଦନର ଶେଷ ତାରିଖ ଜୁନ୍ ୧୬।
୧୮-୧୭୩/୩ରୁ ଭୁଶୁଡିଗଲା ବେଙ୍ଗାଲୁରୁ ଇନିଂସ, ୪୨ ରନରେ ଜିତିଲା ହାଇଦ୍ରାବାଦ।
୧୯-ଆଇପିଏଲ ଫାଇନାଲ ଏବଂ ପ୍ଲେ ଅଫ୍ ପାଇଁ ଭେନ୍ୟୁ ଘୋଷଣା, ଅହମଦାବାଦରେ ଖେଳାଯିବ ଫାଇନାଲ ମ୍ୟାଚ୍।
୨୦-IPL:ଜୟପୁରରେ ଆଜି ପଞ୍ଜାବ-ଦିଲ୍ଲୀ ମୁକାବିଲା।
୨୧-ଇସ୍ରାଏଲର କମ୍ପାନୀ ଓ ଭାରତୀୟ ଡିଫେନ୍ସ ଫାର୍ମ ମିଳିତ ନିର୍ମାଣ କରିବେ ଡ୍ରୋନ, ହେଲା ବଡ଼ ଘୋଷଣା।
୨୨-‘ ଭାରତକୁ ଦୃଢ ସମର୍ଥନ କରେ ଜର୍ମାନୀ’ , ବିଦେଶ ମନ୍ତ୍ରୀ କହିଲେ –ଆତଙ୍କବାଦ ବିରୋଧରେ ନିଜକୁ ସୁରକ୍ଷା ଦେବାର ଅଧିକାର ଭାରତର ଅଛି।
*🙏 ସୁପ୍ରଭାତ 🙏*