May 24, 2025

ଯୁକ୍ତ ଦୁଇ ପରୀକ୍ଷାରେ ଜୁପିଟର ଶିକ୍ଷାନୁଷ୍ଠାନର ସତପ୍ରତିଶତ ସଫଳତା 

Share

 

ଛତ୍ରପୁର. -୨୩/୫/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ସହରରେ ଥିବା ଜୁପିଟର ଶିକ୍ଷାନୁଷ୍ଠାନକୁ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟରେ ଶତପ୍ରତିଶତ ସଫଳତା ମିଳିଛି l ବିଜ୍ଞାନରେ ସୁମନ ଗୌଡ଼ ୫୪୪ ମାର୍କ ରଖି ଟପ୍ପର ହୋଇଥିବାବେଳେ, ବାଣିଜ୍ୟରେ ଅମିତ ବେହେରା ୫୧୫ ଓ କଳାରେ ସୁଭାଙ୍ଗି ପ୍ରିୟଦର୍ଶିନୀ ସାହୁ ୪୬୧ ମାର୍କ ରଖି ଟପ୍ପର ହୋଇଛନ୍ତି l ଆଜି ଶିକ୍ଷାନୁଷ୍ଠାନ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅନୁଷ୍ଠାନର ମୁଖ୍ୟ ନିର୍ଦେଶକ ସୁଧୀର କୁମାର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ଉପଢୌକନ ଓ ଫଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ପୂର୍ବରୁ ଏହି ଅନୁଷ୍ଠାନରୁ ଅନେକ ଛାତ୍ରଛାତ୍ରୀ ଅଦ୍ଭୂତପୂର୍ବ ସଫଳତା ହାସଲ କରି କ୍ରମାଗତ ରିଜଲ୍ଟ ଦେଇ ଆସିଛି। ଏହି ଶିକ୍ଷାନୁଷ୍ଠାନରେ ବଜ୍ଞାନ, ବାଣିଜ୍ୟ ଓ କଳାରେ ମୋଟ ୮୭ ଜଣ ମଧ୍ୟରୁ ୪୪ ଜଣ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ୩୧ ଜଣ ଦ୍ୱିତୀୟ ଓ ୧୨ ଜଣ ତୃତୀୟ ସ୍ଥାନ ଅଧିକାର କରିଛନ୍ତି