September 29, 2024

ବୁଗୁଡ଼ା-ପୋଲସରା ମୁଖ୍ୟ ରାସ୍ତା ମଝିରେ ଖାଲଖମା , ଘଟୁଛି ଦୁର୍ଘଟଣା , ପ୍ରତିକାର ଦାବି….

Share


ବୁଗୁଡ଼ା : ତା ୨୪/୦୫/୨୪ : ବୁଗୁଡ଼ା-ପୋଲସରା ମୁଖ୍ୟ ରାସ୍ତାର ମଝିରେ କୁଆଁନଳା ବ୍ରିଜ୍ ନିକଟରେ ଚକଟାଏ ଲେଖାଏଁ ଖାଲଖମା ଯୋଗୁଁ ଅନେକ ସମୟରେ ଛୋଟବଡ ଦୁର୍ଘଟଣାମାନ ଘଟୁଥିଲେ ହେଁ ପ୍ରଶାସନିକ ଉଦାସୀନତା ହେତୁ ତାହାର କୌଣସି ପ୍ରତିକାର ବ୍ୟବସ୍ଥା ହୋଇ ପାରୁନଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଥ‌ିବା ଜଣାଯାଇଛି । ପ୍ରକାଶ ଯେ, ବୁଗୁଡ଼ାରୁ ପୋଲସରା ଅଭିମୁଖେ ଲମ୍ବିଥିବା ମୁଖ୍ୟରାସ୍ତାର କୁଆଁନଳା ଗାଁ ନିକଟରେ ଖାଲଖମା ଯୋଗୁଁ ଯାନବାହାନ ଚାଳକମାନେ ନାହିଁ ନ ଥ‌ିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସାମାନ୍ୟ ଅସାବଧାନତାରୁ ଦୁର୍ଘଟଣାମାନ ଘଟୁଛି । ଏଥି ପ୍ରତି ପୂର୍ତ୍ତ ବିଭାଗ ଅଣଦେଖା କରୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ବର୍ଷା ଦିନେ ସେହି ଖାଲଖମାରେ ପାଣି ଜମି ରହୁଥ‌ିବାରୁ ଖାଲର ଗଭୀରତା ଜାଣି ନପାରି ଦୁଇ ଚକିଆ ଏବଂ ଅଟୋ ଚାଳକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ଯାନବାହାନ ଚଳାଚଳ ବେଳେ ଗୋଳିଆ ପାଣିର ଛିଟିକା ଅନ୍ୟ ଉପରେ ପଡିଯିବାରୁ ଅନେକ ସମୟରେ ଲୋକଙ୍କ ମଧ୍ୟରେ ବଚସା ହେଉଛି । କୁଆଁନଳା ଗାଁ ନିକଟସ୍ଥ ସେହି ସ୍ଥାନରେ ଏଭଳି ଅସ୍ବଭାବିକ ଘଟଣାମାନ ବାରମ୍ବାର ଘଟୁଥ‌ିବାରୁ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଧ୍ୟାନ ଦେଇ ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରିବାକୁ ସାଧାରଣରେ ଦୃଢ ଦାବି ହେଉଛି ।