September 29, 2024

ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ଦ୍ଵିତୀୟ ବାର୍ଷିକ ଉତ୍ସବ ଉଦଯାପିତ….

Share

ପୁରୀ,ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ଏକାଡେମୀ ର ମୁଖ୍ୟ ପ୍ରଶିକ୍ଷକ
ଶ୍ରୀ ବିଶ୍ଵନାଥ ନାୟକ ଙ୍କ ତତ୍ତ୍ଵାବଧାରେ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ସର୍ବ ଭାରତୀୟ ସ୍ତରରେ ଟାଏକୋଣ୍ଡୋ କ୍ରୀଡାରେ ବୁଦ୍ଧିଷ୍ଟ୍ ଟାଏକୋଣ୍ଡୋ ଏକାଡେମୀ ର କ୍ରୀଡାବିତ୍ ମାନେ ବହୁ ସୁନାମ ଅର୍ଜନ କରିଥିବା ଯୋଗୁଁ ସମସ୍ତ ଜାତୀୟ ପଦକ ବିଜେତା, ଜାତୀୟ ରେଫରୀ ଓ ବ୍ଲାକ୍ ବେଲ୍ଟ ପାଇ ଥିବା କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ, ସମ୍ମାନ ଓ ସମ୍ବର୍ଦ୍ଧନା ଜଣେଇବା ଲକ୍ଷ୍ୟରେ ଏହି ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା।
ଏହି ଉତ୍ସବ ରେ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିବା ବେଳେ ମାନ୍ୟବର ରାଜ୍ୟସଭା ସାଂସଦ
ଶ୍ରୀ ସୁଭାଶିସ୍ ଖୁଣ୍ଟିଆ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ
ମଞ୍ଚ ରେ ଆନ୍ତର୍ଜାତୀୟ ଗୁରୁ ତଥା ଓଡ଼ିଶା ଟାଏକୋଣ୍ଡୋ ଆସୋସିଏସନ ର ସାଧାରଣ ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ, ଓଡ଼ିଶା ଟାଏକୋଣ୍ଡୋ ଆସୋସିଏସନ ର ସଭାପତି ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ, ପୂର୍ବତନ କୁସ୍ତି କ୍ରୀଡାବିତ୍
ଶ୍ରୀ ଭଗଵାନ ସୂପକାର, ଶିଶୁ ସମାଚାର ସମ୍ପାଦକ ଶ୍ରୀ ସୁକାନ୍ତ ପଣ୍ଡା ଓ କ୍ରୀଡା ପ୍ରେମୀ ଭାରତୀ ନାୟକ ଏହି ଉତ୍ସବ ରେ ସମ୍ମାନୀୟ ଅତିଥି ରୂପେ ଯୋଗ ଦେଇଥିଲେ।
ଉତ୍ସବରେ ସିନିୟର ଜାତୀୟ ପଦକ ବିଜେତା ସୁଶ୍ରୀ ସଂଯୁକ୍ତା ବରାଳ, ସୁଶ୍ରୀ ସୀମା କୁମାରୀ ହାଁସଦା,
ଶ୍ରୀ ସନ୍ ତ୍ରିପାଠୀ, ସୁଶ୍ରୀ ଲିପିକା ପଲେଇ ଓ ଶ୍ରୀ ସୂର୍ଯ୍ୟକାନ୍ତ ପତି। ଜୁନିୟର ଜାତୀୟ ପଦକ ବିଜେତା ସୁଶ୍ରୀ ମୋନିକା ପଲେଇ ଓ କ୍ୟାଡେଟ ଜାତୀୟ ବିଜେତା ସୁଶ୍ରୀ ଅପର୍ଣ୍ଣା ସାହୁ , ଶ୍ରୀ ଶୁଭମ୍ ମହାପାତ୍ର ଓ ଶ୍ରୀ ପ୍ରୀୟାଂଶୁ ସ୍ୱାଇଁ ଥିବାବେଳେ ସବ୍ ଜୁନିୟର ଜାତୀୟ ବିଜେତା ସୁଶ୍ରୀ ଡି.ଅର୍ପିତା ରେଡ୍ଡୀ, ସୁଶ୍ରୀ ଲକ୍ଷ୍ମୀପ୍ରିୟା ମୁଣ୍ଡା, ସୁଶ୍ରୀ ଦିବ୍ୟା ସାହୁ ଓ ଶ୍ରୀ ଆର୍.ସିଦ୍ଧାର୍ଥ ରେଡ୍ଡୀ କ୍ରୀଡାବିତ୍ ମାନଙ୍କୁ ମାନ୍ୟବର ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଙ୍କ ଦ୍ଵାରା ଉତ୍ସବର ରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ଏହାସହ ପୁରୀ ଜିଲ୍ଲା ର ସମସ୍ତ ଟାଏକୋଣ୍ଡୋ ଏକାଡେମୀ ର କୋଚ୍ ମାନଙ୍କ ସହ ଟାଏକୋଣ୍ଡୋ କ୍ରୀଡା ପ୍ରେମୀ ତଥା ଶୁଭଚିନ୍ତକ ମାନଙ୍କୁ ମଧ୍ୟ ଏହି ଉତ୍ସବ ରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଶେଷରେ କ୍ରୀଡାବିତ୍ ମାନଙ୍କୁ ସାହସ ଓ ପ୍ରେରଣା ଦେବା ସହ ଟାଏକୋଣ୍ଡୋ କ୍ରୀଡା ର ଆହୁରି ଉନ୍ନତି ପାଇଁ ସଦାସର୍ବଦା ସାହାଯ୍ୟ ଓ ସହଯୋଗ କରିବା ପାଇଁ ମାନ୍ୟବର ମୁଖ୍ୟ ଅତିଥି ଶ୍ରୀ ସୁବାଶିସ ଖୁଣ୍ଟିଆ ମତବ୍ୟକ୍ତ ରଖିଥିଲେ।( ରମେଶ ସାହୁ)