September 29, 2024

ପାରାଦୀପ ବିଜୁ ମଇଦାନରେ ଭୀ. କେ. ପାଣ୍ଡିଆନ ଙ୍କ ମାରାଥନ୍ ପ୍ରଚାର….

Share

                                           ଆସନ୍ତା ୨୫ ତାରିଖରେ ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ପାରାଦୀପ ରହିଛି ୪ର୍ଥ ପର୍ଯ୍ୟାୟ ର ଜୁନ୍ ୧ତାରିଖକୁ । ଏହି ପରିପ୍ରେକ୍ଷିରେ ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ମାରାଥନ୍ ପ୍ରଚାର କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ପାରାଦୀପ ବିଜୁ ମଇଦାନରେ ଆୟୋଜିତ ଜନସଭାରେ ହଜାର ହଜାର ସଂଖ୍ୟାରେ କର୍ମୀ ଏବଂ ଜନସାଧାରଣ ଯୋଗଦେଇଥିଲେ। ପାଣ୍ଡିଆନ ଲୋକଙ୍କୁ ଉଦ୍‌‌ବୋଧନ ଦେଇ ଚଳିତ ନିର୍ବାଚନରେ ବିଜେଡିକୁ ପୁଣି ଥରେ କ୍ଷମତାସୀନ କରିବା ପାଇଁ ଅନୁରୋଧ କରିଥିଲେ।

ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଆଗାମୀ ୧୦ ତାରିଖରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଶପଥଗ୍ରହଣ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ଭବେ ଶପଥ ନେବା ପରେ ସର୍ବପ୍ରଥମେ ବିଜୁଳି ବିଲ୍‌‌ ଛାଡ଼ ଘୋଷଣା ଉପରେ ଦସ୍ତଖତ କରିବେ। ଜୁଲାଇ ମାସରୁ ଲୋକଙ୍କୁ ବିଜୁଳି ବିଲ୍‌‌ ଦେବାକୁ ପଡ଼ିବ ନାହିଁ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ୨ୟ କାର୍ଯ୍ୟ ହେବ ବିଏସକେୱାଇ (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା)ରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ହୋଇଥିବା ଘୋଷଣାରେ ଦସ୍ତଖତ କରିବା। ସମସ୍ତ ମଧ୍ୟବିତ୍ତ ପରିବାର ଏହାର ସୁବିଧା ପାଇବା ସହ ମିଶନଶକ୍ତି ମହିଳାମାନଙ୍କୁ ପେନସନ ଯୋଜନା ଉପରେ ଦସ୍ତଖତ କରିବେ ବୋଲି ପାଣ୍ଡିଆନ କହିଥିଲେ। ବିଜୁ ମଇଦାନ ରେ ହୋଇଥିବା ବିଶାଳ ଜନସଭାରେ ବିଜେଡିର ବିଧାନସଭା ପ୍ରାର୍ଥୀନି ଗୀତାଞ୍ଜଳୀ ରାଉତରାୟ ଏବଂ ଲୋକସଭା ପ୍ରାର୍ଥୀନି ରାଜଶ୍ରୀ ମଲ୍ଲିକ ଙ୍କୁ ଯୋଡା ଶଙ୍ଖ ରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଥିଲେ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )