March 7, 2026

ଉମରକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…….

jam
Share

ଉମରକୋଟ,୨୩/୦୫/୨୦୨୪: -ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆସନ୍ତା ଜୁନ ୨୨ତାରିଖରେ ଦେବସ୍ନାନ ପୁର୍ଣିମା ଓ ଜୁଲାଇ ମାସ ୭ତାରିଖ ରେ ଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସକାଳ ୭.୩୦ମିନିଟ ସମୟରେ ମହାପ୍ରଭୁଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଳତି କାର୍ଯ୍ୟ ସାରିବା ପରେ ଶ୍ରୀ ଜୀଉ ମାନଙ୍କୁ ଅନ୍ନ ଭୋଗ ଦିଆଯିବ । ଏହା ପରେ ସେବାୟତ ମାନେ ଶ୍ରୀ ଜୀଉ ମାନଙ୍କୁ ପହଣ୍ଡି ବିଜେ କରି ସ୍ନାନ ମଣ୍ଡପକୁ ନେବାର କାର୍ଯ୍ୟକ୍ରମ ରହିଛି । ଦେବସ୍ନାନ ପୁର୍ଣିମା ଓ ରଥଯାତ୍ରା କିପରି ସୁରୁଖୁରୁରେ ହୋଇପାରିବ ଏବଂ ଉକ୍ତ କାର୍ଯ୍ୟକ୍ରମ ପାଇଁ ଦାୟିତ୍ୱବାନ ଲୋକଙ୍କୁ କମିଟି ତରଫରୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା!
ଉକ୍ତ ପ୍ରସ୍ତୁତି ବୈଠକରେ ଦେବୋତ୍ତର କମିଟିର ସଭାପତି ତଥା ସ୍ଥାନୀୟ ତହସିଲଦାର ମେଘବାନ ବାଗ, ଥାନା ଅଧିକାରୀ ଡମ୍ବୁରୁଧର ପ୍ରଧାନ, ଉମରକୋଟ ଓକିଲ ସଂଘର ସଭାପତି ପ୍ରଶାନ୍ତ କୁମାର ସାହୁ,ମନ୍ଦିର ପୁରୋହିତ ଗୌରହରୀ ମିଶ୍ର,ପୂର୍ବତନ ନଗରପାଳ ରାବଣା ରାଓ, ବରିଷ୍ଠ ଓକିଲ ଝାଡ଼େଶ୍ୱର ମହାନ୍ତି, ପୌରାଧ୍ୟକ୍ଷା ରାଧା ଭତରା, ଲୁଲୁ ପାଣିଗ୍ରାହୀ, ଟୁଲୁ ସାହୁ, ରଜତ ଶାନ୍ତ୍ରା,ଅଶୋକ ପାଢ଼ୀ, ମନୋଜ ଧଳ, ୱାର୍ଡ ନଂ ୩ର କାଉଁସିଲର ବିକି ନାୟକ, ରାମ ନାୟକ, ଏବଂ ସମସ୍ତ ସରକାରୀ ଅନୁଷ୍ଠାନର କର୍ମଚାରୀ ଉପସ୍ଥିତ ଥିଲେ! (ଏମ୍.ଦିନା°ଶୁ ଆଚାରୀ )