ଅସ୍ଥାୟୀ ମନ୍ଦିରକୁ ବିଜେ କରିଲେ ପଳାସପୁର ଗ୍ରାମ ଦେବତୀ ମାଆ ବୁଢ଼ୀ ଠାକୁରାଣୀ….
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ପଳାସପୁର ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମାଁ ବୁଢ଼ୀ ଠାକୁରାଣୀଙ୍କ ୨୧ ଦିନିଆ ଯାତ୍ରା ଗତକାଲି ଠାରୁ ଆରମ୍ଭ ହୋଇଛି। ବୁଧବାର ସନ୍ଧ୍ୟାରେ ମାଆ ଙ୍କ ମନ୍ଦିରରେ ପୂଜାର୍ଚନା କରାଯାଇ ମାଆ ବୁଢ଼ୀ ଠାକୁରାଣୀଙ୍କୁ ଆବାହନ କରାଯାଇଥିଲା। ମାଆ ଙ୍କ ମସ୍ତକରେ ଥିବା ଆଜ୍ଞା ମାଳ ଆପେ ଆପେ ଆସି ଘଟରେ ପହଞ୍ଚିଥିଲା। ତାପରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମରେ ଢୋଲ, ମହୁରୀ, ଘଣ୍ଟ, ମୃନ୍ଦଙ୍ଗ, ତାଳରେ ମାଆଙ୍କ ଘଟ ଗ୍ରାମ ପରିକ୍ରମା କରି ଅସ୍ଥାୟୀ ମନ୍ଦିରରେ ରହିଥିଲେ। ଅସ୍ଥାୟୀ ମନ୍ଦିରରେ ମାଆ ୨୧ ଦିନ ପୂଜା ପାଇ ପୁଣି ୧୧/୦୬/୨୦୨୪ ରେ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ପ୍ରତି ଦୁଇ ବର୍ଷରେ ଥରେ ପଳାସପୁର ଗ୍ରାମରେ ଠାକୁରାଣୀ ଯାତ୍ରା କରାଯାଇଥାଏ। ବୈଶାଖ ଚତୁର୍ଦ୍ଦଶୀ ଅର୍ଥାତ “ମେ” ମାସର ୨୨ ତାରିଖ ବୁଧବାର ଠାରୁ ମା’ଙ୍କ ଯାତ୍ରା ଆରମ୍ଭ ହୋଇ ଶାନ୍ତି ଶୃଙ୍ଖଳାର ସହିତ ମହା ଆଡମ୍ବରରେ ଜୁନ ମାସର ୧୧ ତାରିଖରେ ରେ ସମାପନ କରାଯିବ ବୋଲି କମିଟିର ସଭାପତି ଜଗନ୍ନାଥ ପାଣିଗ୍ରାହୀ କହିଛନ୍ତି । ଶୁଭଖୁଣ୍ଟି ପଡି଼ବା ଠାରୁ ବିଶର୍ଜନ ପ୍ରଯନ୍ତ ସମସ୍ତ ସାହି ଗୁଡିକ ଭକ୍ତିଭାବ ପରିପୂର୍ଣ ହୋଇ ରହିଥାଏ, ଏହି ଠାକୁରାଣୀ ଯାତ୍ରାର ଶେଷ ସାତ ଦିନ ସାଂସୃତିକ କାର୍ଯ୍ୟକ୍ରମ ଧୁମଧାମ ରେ ପାଳନ କରାଯିବ। ଗ୍ରାମବାସୀଙ୍କ ଦ୍ୱାରା ଚୟନ ହୋଇଥିବା ସଭାପତି ଜଗନ୍ନାଥ ପାଣିଗ୍ରାହୀ, ଉପ ସଭାପତି ବିଜୟ ମହାପାତ୍ର, ସମ୍ପାଦକ ମିଟୁ ରେଡ୍ଡୀ, କୋଷାଧ୍ୟକ୍ଷ ନୀଳମାଧଵ ସାହୁ, ସହ ସମ୍ପାଦକ କାଳିଆ ଗୌଡ଼ ଏହି ଠାକୁରାଣୀ ଯାତ୍ରାକୁ ପରିଚାଳନା କରୁଥିବା ବେଳେ ସମସ୍ତ କମିଟି ଓ ଗ୍ରାମବାସୀ ସମ୍ପୂର୍ଣ ସହଯୋଗ କରୁଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ଓ କମିଟି ବୃନ୍ଦ ଉପସ୍ଥିତ ରହି ମାଆଙ୍କୁ ଅସ୍ଥାୟୀ ମନ୍ଦିରରେ ସ୍ଥାପନ କରିଥିଲେ। ଆସନ୍ତା ୦୫ ତାରିଖ ଠାରୁ ୧୧ ତାରିଖ ଯାଏଁ ସାଂସୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୧୧ ତାରିଖ ସନ୍ଧ୍ୟାରେ ମାଆ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। (ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ୍ ଉପାନ୍ତ ଖବର)