September 29, 2024
Share

➡️୧-ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତାକାଲି ହେବ। ଏହି ପର୍ଯ୍ୟାୟରେ ୮ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୫୮ ଆସନ ନିମନ୍ତେ ଭୋଟଗ୍ରହଣ ହେବ।

➡️୨-ଆସିଲା ବାତ୍ୟାର ଗତିପଥ, ୨୬ ସୁଦ୍ଧା ନେଇପାରେ ଭୀଷଣ ବାତ୍ୟାର ରୂପ ,ଉତ୍ତର ଓଡିଶାରେ ୨ ଦିନ ଅତି ପ୍ରବଳ ବର୍ଷା ସମ୍ଭବାନା l ୨୬ ତାରିଖ ବେଳକୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି l

➡️୩-ଚିଲିକା ଓ ମାହାଙ୍ଗାରେେ ଗର୍ଜନ କଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ମହାଙ୍ଗା ବିଧାନସଭା ପ୍ରାର୍ଥୀ ସୁମନ୍ତ ଘଡାଇଙ୍କୁ ଜିତାଇବା ପାଇଁ କଲେ ନିବେଦନ l

➡️୪-ଗୁଗୁଲ୍ ପେ’ର ଆସିଲା ନୂଆ ଫିଚର, ଏଣିକି ଏଥିରେ ଏକ ନୂଆ ଫିଚର ରହିଛି ଯାହାର ନାଁ ହେଉଛି ‘ବାୟ ନାଓ ପେ ଲାଟର’ ( ଏବେ କିଣନ୍ତୁ ପଛରେ ପେମେଣ୍ଟ କରିବେ ) ।

➡️୫-ଓଡ଼ିଶାର କନ୍ଧମାଳ ଲୋକସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବୁଥ ନମ୍ବର ୨୬ ଓ ବୁଥ ନମ୍ବର ୨୮ରେ ଶାନ୍ତିଶୃଙ୍ଖଳା ମଧ୍ୟରେ ଅନୁଷ୍ଠିତ ହେଲା ପୁନଃମତଦାନ l

➡️୬-ପାଇଲଟ୍‌ଙ୍କ ପାଇଁ ୧୫ ହଜାର ପର୍ଯ୍ୟନ୍ତ ଦରମା ବୃଦ୍ଧି ସହ ୧ ଲକ୍ଷରୁ ଅଧିକ ବୋନସ ଘୋଷଣା କଲା ଏୟାର ଇଣ୍ଡିଆ l

➡️୭-ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାଖରେ ଥିବା କୂଅରେ ଗଳିପଡ଼ିଲେ ବୟସ୍କ ଭକ୍ତ । ଏକ ଘଣ୍ଟା କାଳ ରେସ୍କ୍ୟୁ ଅପରେସନ୍ ପରେ ହେଲେ ଉଦ୍ଧାର ।

➡️୮-ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ ସୁସ୍ଥ ହୋଇ ଫେରିଲେ ଘରକୁ l ସୁପରଷ୍ଟାର ପାଖାପାଖି ୩୦ଘଣ୍ଟା କାଳ ହସ୍ପିଟାଲରେ ଆଡମିଟ ହୋଇଥିଲେ । ଶରୀରରେ ଜଳୀୟ ଅଂଶ କମିବାରୁ ପ୍ରବଳ ଗରମ ପାଇଁ ଅସୁସ୍ଥ ହୋଇପଡିଥିଲେ ଶାହରୁଖ ।

➡️୯-୧୨୮୯ ଟଙ୍କା ଶସ୍ତା ହେଲା ସୁନା, ରୁପା ମୂଲ୍ୟରେ ୩ ହଜାର ଟଙ୍କାରୁ ଅଧିକ ହେଲା ହ୍ରାସ l

➡️୧୦-ଉତ୍ତର ପ୍ରଦେଶରେ ମୁସଲିମଙ୍କୁ ମିଳୁଥିବା ଓବିସି ସଂରକ୍ଷଣର ହେବ ଯାଞ୍ଚ, ସମୀକ୍ଷା କରିବାକୁ ଯୋଗୀ ସରକାର ନେଲେ ନିଷ୍ପତ୍ତି l

➡️୧୧-ବିନା ପରିଚୟରେ ବ୍ୟବହାର ହେଉଛି ୬ ଲକ୍ଷ ୮୦ ହଜାର ମୋବାଇଲ ନମ୍ବର l ଯଦି ୬୦ ଦିନ ମଧ୍ୟରେ ଭେରିଫିକେସନ୍ ନକରାଯାଏ ତେବେ ଡିଲିଟ୍ ହୋଇଯିବ ଏହି ମୋବାଇଲ୍ ନମ୍ବର।

➡️୧୨-ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ସିଏମ ଅରବିନ୍ଦ କେଜରିୱାଲ ଜୁନ ୨ରେ ଆତ୍ମସମର୍ପଣ କରିବେ। କହିଲେ ଦେବି ନାହିଁ ଇସ୍ତଫା ଜେଲ୍‌ରୁ ଚଳାଇବି ସରକାର l

➡️୧୩-ମହାରାଷ୍ଟ୍ର ଠାଣେ ଜିଲ୍ଲା ଡୋମ୍ବିଭଲିରେ ଗତକାଲି ଏକ ରସାୟନିକ ଫ୍ୟାକ୍ଟ୍ରିର ବୟଲର ଫାଟିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮ ଜଣ କର୍ମଚାରୀ ହେଲେ ଆହତ l

➡️୧୪-ପଶ୍ଚିମବଙ୍ଗରେ ବାଂଲାଦେଶ ସାସଂଦଙ୍କ ହତ୍ୟା ଘଟଣାରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ୫ କୋଟି ଟଙ୍କା ସୁପାରୀ ଦେଇ ମର୍ଡର ପାଇଁ ଷଡଯନ୍ତ୍ର ହୋଇଥିବା ନେଇ ଆସିଲା ସୂଚନା l

➡️୧୫-ଧମକ ଦେଲା ଚାଇନା, ଯିଏ ତାଇଓ୍ବାନକୁ ସମର୍ଥନ କରିବ ତାହାର ମୁଣ୍ଡ କାଟି ଦିଆଯିବ l

➡️୧୬-୭ ମାସ ପୂର୍ବରୁ ହେବ ବ୍ରିଟେନରେ ନିର୍ବାଚନ । ପ୍ରଧାନମନ୍ତ୍ରୀ ଋଷି ସୁନକ୍ କଲେ ଘୋଷଣା । ସର୍ଭେ ରିପୋର୍ଟ ବଢାଇଲା ଚିନ୍ତା l ଋଷି ସୁନକ୍ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଭୋଟରଙ୍କ ସାମ୍ନା କରିବେ ।

➡️୧୭-ଇରାନ ରାଷ୍ଟ୍ରପତିଙ୍କ ଅନ୍ତିମ ଯାତ୍ରାରେ ୬୮ ଦେଶର ନେତାଙ୍କ ସହ ସାମିଲ୍ ହେଲେ ୩୦ ଲକ୍ଷ ଲୋକ l ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ଉପରାଷ୍ଟ୍ରପତି ମହମ୍ମଦ ମୁଖବେର୍ (୬୮) ଙ୍କୁ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି କରାଯାଇଛି।

➡️୧୮-ଆଜି କ୍ବାଲିଫାୟର-୨ରେ ରାଜସ୍ଥାନ ରୟାଲ୍ସ-ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ମୁକାବିଲା l

➡️୧୯-T20 ୱାଲର୍ଡ କପ ପୂର୍ବରୁ ଆଇସିସି ଜାରି କଲା ନୂଆ Anthem l ଏହି ସଂଗୀତ ଏବେ ବିଶ୍ୱ କ୍ରିକେଟର ସମସ୍ତ ଆଇସିସି ଇଭେଣ୍ଟରେ ମଧ୍ୟ ବ୍ୟବହୃତ ହେବ । ଏଣିକି ଏହି ସଂଗୀତକୁ ଆଇସିସିର ବ୍ରାଣ୍ଡ ସଂଗୀତ ବୋଲି ବିବେଚନା କରାଯିବ ।

➡️୨୦-T20 World Cup: ଭାରତ-ପାକିସ୍ତାନ ମ୍ୟାଚର ଗୋଟିଏ ଟିକେଟ୍‌ ଦାମ୍‌ ହେଲା ୧୬ଲକ୍ଷରୁ ଅଧିକ l ଜୁନ ୫ରେ ଭାରତ ଆୟର୍ଲାଣ୍ଡକୁ ସାମ୍ନା କରିବ। ଏହା ପରେ ଜୁନ ୯ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ହେବ l