September 29, 2024

ଜବର ଦଖଲ ଅଧୀନ ରେ କୃଷି ଫାର୍ମ ର ଜମୀ …..

Share

 

ଉମରକୋଟ :-ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ନିକଟସ୍ଥ ୫୨ ନମ୍ୱର୍ ଠାରେ ଥିବା ସରକାରି କୃଷି ଫାର୍ମ ପଛରେ ବିବାଦ ଲାଗି ରହୁଛି। ପ୍ରଥମେ ଫାର୍ମ ପରିଚାଳକ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ ଆସିବା ପରେ ଏବେ ଫାର୍ମ ର ସାନ ଭରଣ୍ଡି ଠାରେ ଥିବା ଜମିରୁ ଜଣେ ଜମି ମାଫିଆ ୧ ଏକର ମୂଲ୍ୟବାନ ଜମି କୁ ନିଜ କବଜା କୁ ନେଇ ମାଡି ବସିଥିବା ଅଭିଯୋଗ ହେଇଛି। ସବୁ ଠାରୁ ଆଶ୍ଚର୍ଯ୍ୟ ହେଲା ଉକ୍ତ ମାଫିଆ ସେହି ଜମି କୁ ନିଜ କବଜ। କୁ ନେଇ ମାସେ ହେଲାଣି, ଫାର୍ମ କର୍ତ୍ତୃପକ୍ଷ ସବୁ ଜାଣି ଶୁଣି ଚୁପ ରହିଯିବା ଫଳରେ ସନ୍ଧେହ ଘେରକୁ ଆସିଛନ୍ତି ଫାର୍ମ କର୍ତ୍ତୃପକ୍ଷ। ରାଜ୍ୟ ସରକାର ଙ୍କ ଓରିଶା ର ଦ୍ବିତୀୟ ବୃହତ୍ତମ କୃଷୀ ଫାର୍ମ ହେଉଛି ଉମରକୋଟ ଫାର୍ମ। ତେବେ କୃଷୀ ଫାର୍ମ କର୍ତ୍ତୃପକଷଙ୍କ ଦୁର୍ନୀତି ଖୋର୍ ହେଉ କିମ୍ବା ଅବହେଳା ଯୋଗୁଁ ଫାର୍ମ ର ଜମି କୁ ଧୀରେ ଧୀରେ ସବୁ ମାଡି ବସିଲେଣି। ବର୍ତ୍ତମାନ ଆଉ ଏକ ନୂଆ ଅଭିଯୋଗ ହେଲା ଫାର୍ମ ର ୪୦ ଏକର ଜମି ସାନ ଭରଣ୍ଡି ଠାରେ ଅଛି। ଏହାର ସୁଯୋଗ ନେଇ ଜଣେ ଅଣ ଓଡ଼ିଆ ଜମି ମାଫିଆ ଏହି କୃଷୀ ଫାର୍ମ ର ପ୍ରାୟ ୧ ଏକର ଜମି କୁ ନିଜ କବଜ। କୁ ନେଇ ଯାଇଛି। ଉଲ୍ଲେଖ ଯୋଗ୍ୟ ଏହିକି ଯେ ଏହି କୃଷୀ ଫାର୍ମ ର ଜମି କୁ ମିଶାଇ ଉକ୍ତ ବ୍ୟକ୍ତି ର ଜମି ରହିଛି।। ମାସେ ହେଲାଣି ସେହି ଅଣ ଓଡ଼ିଆ ବ୍ୟକ୍ତି ନିଜ ଜମି ସହ ସରକାରି କୃଷୀ ଫାର୍ମ ର ପ୍ରାୟ ୧ ଏକର ଜମିକୁ ମିଶାଇ ଜେଶିବି ଲଗାଇ ସମତଳ କରି ଦେଇଛି। ଏପରି କି ସେଠାରେ କୃଷୀ ଫାର୍ମ ପକ୍ଷ ରୁ ଖୁଣ୍ଟି ପୋତ। ଯାଇଥିଲେ ତାକୁ ଓପ।ଡ଼ି ଦେଈ ଥିବା ମଧ୍ୟ ଅଭିଯୋଗ ହେଇଛି। ତେବେ ଏହି ଫାର୍ମ ରେ କାର୍ଯ୍ୟ କରୁଥିବା ଜଣେ ତଳୀଆ କର୍ମଚାରୀଙ୍କ ଭୂମିକା ସନ୍ଧେହ ଘେର କୁ ଆସିଛି। ତେବେ ମାସେ ହେଲାଣି ଏତେ ବଡ ଘଟଣା ଘଟିଯାଇ ଥିଲେ ସୁଦ୍ଧା ଫାର୍ମ କର୍ତ୍ତୃପକ୍ଷ
ଚୁପ ହେଇ ବସିଯିବ। ସମସ୍ତ ଙ୍କୁ ଚକିତ କରୁଛି। ତୁରନ୍ତ ରାଜ୍ଯ ସରକାର ଓ ଜିଲ୍ଲା ପ୍ରଶାସନ ସରକାର ଙ୍କ ର ଏହି ଜବର ଦଖଲ ଜମି କୁ ନିଜ ଅକ୍ତିଆର କୁ ଆଣିବ। ପାଇଁ ସ୍ଥାନୀୟ ଅଞ୍ଚକ ରେ ଦାବୀ ହେଉଛି। ଯଦି ସରକାର ତିଳେ ମାତ୍ର ବିଳମ୍ୱ କରନ୍ତି ତେବେ ବଡ ଧରଣ ର ଅ।ନ୍ଧଳନ କୁ ଏଡା ଯାଇଁ ନ ପାରେ। ତେବେ ଏହି ଘଟଣାକୁ ନେଇ ଫାର୍ମ କର୍ତୁପକ୍ଷ ମତ। ମତ ନେବା ପାଈଁ ଚେଷ୍ଟା କରା ଯାଇଥିଲେ ହେଁ ସମ୍ଭବ ହେଇ ପାରି ନ ଥିଲା।(ଏମ୍.ଦିନା°ଶୁ ଆଚାରୀ)