April 25, 2025

ଗଞ୍ଜାମ ଜିଲ୍ଲା ଛତ୍ରପୁର ଅନଶ୍ଲୋ ପଡିଆରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ଜିଲ୍ଲାପାଳ ଓ ବିଧାୟକ ଙ୍କ ସହ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧି ହେଲେ ସାମିଲ

Share

ଛତ୍ରପୁର ତା-୨୪/୦୪/୨୫(ଅରୁଣ କୁମାର ପଣ୍ଡା ) ଗଞ୍ଜାମ ଜିଲ୍ଲା ସଦର ମହାକୁମା ଛତ୍ରପୁର ଅନଶ୍ଲୋ ସ୍କୁଲ ଖେଳ ପଡିଆରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଅଛି। ଏହି ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଜିଲ୍ଲାରେ ଯୋଗ ଦେଇ ଆବାସି ଜରିଆରେ ସମଗ୍ର ଜିଲ୍ଲା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ବୈଠକ ରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଯୋଗ ଦେଇଥିବା ବେଳେ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧି ମାନେ ଯୋଗ ଦେଇ ଥିଲେ। ପଞ୍ଚାୟତ

ଓ ଗାଆଁର ଉନ୍ନତି ହେଲେ ଓଡ଼ିଶା ବିକଶିତ ହେବ ବୋଲି ଅତିଥିମାନେ ମତ ପୋଷଣ କରିଥିଲେ।ବିଶେଷ କରି ସରକାରୀ ଅର୍ଥ କୁ ଉଚିତ୍ ମାଧ୍ୟମରେ ଖର୍ଚ୍ଚ ହେଉଥିବା ପଞ୍ଚାୟତ କୁ ଗ୍ରେଡ ଏ ପ୍ରଦାନ କରି, ସେହି ପଞ୍ଚାୟତ କୁ ଆର୍ଥିକ ଅନୁଦାନ ପ୍ରଦାନ ସେହିପରି ନୂତନ ରାସନ କାର୍ଡ ହିତାଧିକାରୀଙ୍କୁ ରାସନ୍ କାର୍ଡ ବଣ୍ଟନ କରିଥିଲେ ଓ ସୁଭଦ୍ରା ଯୋଜନା ରେ ବଳକା ରହିଯାଇଥିବା ହିତାଧିକାରୀ ମାନଙ୍କୁ ସୁଭଦ୍ରା ଯୋଜନା ର ଅର୍ଥ ଦିଆଯାଇଛି ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟା ରେ ଲୋକ ସାମିଲ ହୋଇଥିଲେ ଏହି ମଞ୍ଚକୁ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରୟଣ ବେହେରା ସଭା କାର୍ଯ୍ୟ ପରିଚାଳନା କରିଥିଲେ

You may have missed