ଉମରକୋଟ ରେ କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ହେଲ୍ପ ଲାଇନ ଆୱାର୍ଡ ରେ ସମ୍ମାନିତ …….

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜ଼ିଲ୍ଲା ରେ କାର୍ଯ୍ୟରତ ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ନିଜ କାର୍ଯ୍ୟ ଦକ୍ଷତା ପାଇଁ ସର୍ବଦା ବୁଦ୍ଧିଜୀବୀ ମହଲରେ ପ୍ରଶଂସିତ | ସଂସ୍ଥା ବର୍ଷ ତମାମ ସମାଜସେବା କାର୍ଯ୍ୟ ଜାରି ରଖିଥିବା ବେଳେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାର ଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ସଂସ୍ଥା ର କାର୍ଯ୍ୟ କୁ ବହୁ ପ୍ରଶଂସା କରିଥିଲେ | ସଂସ୍ଥା ପକ୍ଷରୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଙ୍କୁ ଜୋରଦାର ସ୍ୱାଗତ ଓ ସମ୍ମାନିତ କରାଯାଇଥିଲା | ସେହିପରି ସମ୍ମାନିତ ଅତିଥି ଜ଼ିଲ୍ଲା କ୍ରୀଡ଼ାସଙ୍ଘ ର ଉପସଭାପତି ଏମ. ବାଳକୃଷ୍ଣ ରାଓ ମୁଖ୍ୟବକ୍ତା ସାହିତ୍ୟିକ ପ୍ରଦୀପ ମିଶ୍ର, ଜ଼ିଲ୍ଲା କ୍ରିକେଟ ସମ୍ପାଦକ ଅଶୋକ କୁମାର ନାୟକ, କ୍ରୀଡା ଶିକ୍ଷକ କିଶୋର ସିଲ, ଏମ. ବିଜୟ କୁମାର, ଶିକ୍ଷକ ନରେଶ ପଟନାୟକ ଙ୍କୁ ମଧ୍ୟ ଉପଢୌକନ, ମାନପତ୍ର ଏବଂ ଟ୍ରଫି ଦେଇ ଓଡିଶା ସରକାର ଙ୍କ ମାନ୍ୟବର କେବିନେଟ ମନ୍ତ୍ରୀ ସଂସ୍ଥା ପକ୍ଷରୁ ସମ୍ମାନିତ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ସଂସ୍ତାର ସଭାପତି କୃଷ୍ଣ ପ୍ରସାଦ ପଟନାୟକ, ଉପ ସଭାପତି ଇଂ. ଚନ୍ଦନା ମଲ୍ଲିକ, ଉପଦେଷ୍ଟା ଶ୍ରୀନିବାସ ପଟନାୟକ, ରବି ସୁନା, ନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ମଲ୍ଲିକ, ବରିଷ୍ଠ ସଭ୍ୟା କୁସୁମ ନାୟକ,ଶାନ୍ତିଲତା ମହାନ୍ତି,ସାଇକୃତି ପଣ୍ଡା ଏବଂ ଶିବାନୀ ରାଜୁ ପ୍ରମୁଖ ପରିଚାଳନା କରିଥିଲେ |