ଭୋଟର ଙ୍କ ମଧ୍ୟରେ ସଚେତନ ନିମନ୍ତେ ଗଡିଲା ଭୋଟର ସଚେତନ ରଥ………
ଉମରକୋଟ:-ଆଗାମୀ ମେ ୧୩ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ସଧାରଣ ନିର୍ବାଚନ ରେ ଶତ ପ୍ରତିଶତ ଭୋଟର ମାନେ ଯେପରି ଯାଇ ମତ ଦାନ କରିବେ ସେଥିନେଇ ଭୋଟର ଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ଉମରକୋଟ ବ୍ଲକ୍ ପ୍ରଶାସନ ପକ୍ଷ ରୁ ଏକ ସଚେତନ ରଥ ର ଶୁଭାରମ୍ଭ କରାଯାଇଛି। ଆଜି ଉମରକୋଟ ବ୍ଲକ କାର୍ଯ୍ୟଳୟ ପରିସର ରେ ଏହି ରଥ କୁ ଶୁଭାରମ୍ଭ କରିଛନ୍ତି ଉମରକୋଟ ବିଡିଓ ପ୍ରୀତି ରଂଜନ ରଥ।
ଏହି ରଥ ଉମରକୋଟ ବ୍ଲକ ଅଧୀନରେ ଥିବା ୧୨୨ ଟି ବୁଥ ଓ ପୌରାଞ୍ଚଳର ୨୪ଟି ବୁଥ କୁ ଯାଇ ଉକ୍ତ ବୁଥର ଭୋଟର ଙ୍କୁ ମେ ୧୩ ତାରିଖ ଦିନ ୧୦୦ %ଭୋଟ ଦେବାକୁ ସଚେତନ ସୃଷ୍ଟି କରିବା ପାଈଁ ଏହାର ମୂଳ ଲକ୍ଷ ଓ ଏହା ଭୋଟିଂ ଦିନ ଯାଇଁ ଏହା କାର୍ଯ୍ୟ କରିବ ବୋଲି ପ୍ରକାଶ କରିଛନ୍ତି ଉମରକୋଟ ବିଡିଓ। ଏହି ଅବସରରେ ଆଜି ଏହି ରଥ ଉମରକୋଟ ପେଣ୍ଡ୍ର।ଣୀ ମହାବିଦ୍ୟାଳୟ କୁ ଯାଇ ପିଲାଙ୍କ ଦସ୍ତଖତ ଅଭିଯାନ କରିବା ସହ ବସ ଷ୍ଟାଣ୍ଡ ଠାରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ରେ ଉମରକୋଟ ଭିଡିଓ ଙ୍କ ବ୍ୟତୀତ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଂକେତ ନାୟକ, ଜିପିଓ ପାଣ୍ଡିଆ ପୁପୁଲୁ, ପୁନିତରାମ ଗଣ୍ଡ ଓ ବ୍ଲକ୍ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସଂପୂର୍ଣ୍ଣ ସହୋଜଗ କରିଥିଲେ। (ଏମ୍.ଦିନା°ଶୁ ଆଚାରୀ)