March 26, 2025

ଏସଟି. ଜାଭିଅର ହାଇ ସ୍କୁଲ ର ବାର୍ଷିକ ଉତ୍ସବ ପାଳିତ : ବାର୍ଷିକ ଉତ୍ସବ ରେ ଯୋଗ ଦେଲେ ସ୍ଥାନୀୟ ବିଧାୟକ 

Share

କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ଜିଲ୍ଲାପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଏସଟି. ଜାଭିଅର ହାଇ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ପ୍ରଧାନ ଶିକ୍ଷକ ଗୋପୀନାଥ ସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାଟଣା ଅଖିଳ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଧରଣୀଧର ବିଶ୍ୱ ବିଦ୍ୟାଳୟ ର ଡ଼କ୍ଟର ପ୍ରକାଶ ଚନ୍ଦ୍ର ପାଲ ଯୋଗ ଦେଇଥିଲେ। ସଂମାନିତ ଅତିଥି ଭାବେ ଧରଣୀ ଧର ଦାଶ ଓ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟ ର ସହକାରୀ ଶିକ୍ଷକ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ସହକାରୀ ଶିକ୍ଷୟତ୍ରୀ ବିଦ୍ୟାଳୟର ରଶ୍ମି ପତି ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା।। ଶେଷରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ମାମି ମହାନ୍ତ,ପୁଷ୍ପା ମହାନ୍ତ, ପୂଜା ମିଶ୍ର,ସୁବାଷ ଚନ୍ଦ୍ର ନାୟକ,ସାଦ୍ୟ ହୁସେନ,ପ୍ରମୁଖ କାର୍ଯ୍ୟକ୍ରମରେ ପରିଚାଳନା ରେ ସକ୍ରିୟ ସହଯୋଗ କରିଥିଲେ।