March 26, 2025

ବିଦ୍ୟାଳୟ ରୁ ଚୋରୀ ଅଭିଯୋଗ, ଦେଢ଼ ବର୍ଷରେ ୪ ଥର ଚୋରୀ ଚୋର ଙ୍କ ଟେର ପାଉନି ପୋଲିସ ..

Share

 

ଖନ୍ତାପଡ଼ା ( ଦେବାଶିଷ ଦାଶ )

ଖନ୍ତାପଡ଼ା ଥାନା ଠାରୁ ମାତ୍ର ଦୁଇ ରୁ ଅଢେଇ କିଲୋମିଟର ଦୂରତା ରେ ଅବସ୍ଥିତ ଖନ୍ତାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ। ଦେଢ଼ ବର୍ଷ ରେ ଉକ୍ତ ବିଦ୍ୟାଳୟ ରୁ ଚାରି ଥର ଚୋରୀ ହୋଇଥିବାର ଖନ୍ତାପଡ଼ା ଥାନା ରେ ଅଭିଯୋଗ ହୋଇଛି। କିନ୍ତୁ ଚୋର ଙ୍କୁ ଧରିବାରେ ଖନ୍ତାପଡ଼ା ପୋଲିସ ଅସମର୍ଥ ହୋଇଛି। ଯାହାକି ଚୋର ଙ୍କ ପୋଲିସ ପ୍ରତି ଭୟ କମିବାରେ ଲାଗିଛି। ଘଟଣା ମୁତାବକ ଗତ ଶୁକ୍ରବାର ବିଳମ୍ବିତ ରାତ୍ରି ରେ କେହି ଦୁର୍ବୁତ୍ତ ବିଦ୍ୟାଳୟର ତାଲା କାଟି ବହୁ ଆବଶ୍ୟକୀୟ ଜିନିଷ ପଦାର୍ଥ ତତ ସହିତ ଜରୁରୀ ଦସ୍ତାବିଜ ଏବଂ ପିଲାମାନଙ୍କ ଖାଦ୍ୟ ଥାଳି ଇତ୍ୟାଦି ଚୋରୀ କରିଥିବାର ଖନ୍ତାପଡ଼ା ଥାନାରେ ଶନିବାର ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରୀତି ମଞ୍ଜରୀ ନାୟକ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି। ଏହା ପୂର୍ବରୁ ମଧ୍ୟ୍ୟ ୩ ଥର ଏହିପରି ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି କିନ୍ତୁ ଏଯାବତ ପୋଲିସ ଚୋର ଙ୍କ କୌଣସି ଟେର ପାଇନଥିବା ବେଳେ ପୋଲିସ ପ୍ରତି ବୁଦ୍ଧିଜୀବୀ ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି। ଖନ୍ତାପଡ଼ା ଅଞ୍ଚଳ ଜନ ବହୁଳ ଅଞ୍ଚଳ ହୋଇ ମଧ୍ୟ୍ୟ ଉକ୍ତ ଅଞ୍ଚଳ ରେ ଏଭଳି ଚୋରୀ କୁ ସାଧାରଣ ଲୋକେ ସହଜରେ ଗ୍ରହଣ କରି ପାରୁନାହାଁନ୍ତି। ରାତି ରେ ବଜାର ରେ ପୋଲିସ ପଇଁତରା ମାରୁଥିଲେ ମଧ୍ୟ୍ୟ ଚୋର ପୋଲିସ ଆଖିରେ ଧୂଳି ଦେଇ ଅତି ସହଜରେ ଖସିଯିବାରେ ସଫଳ ହେଉଛି। ଏପଟେ ସମସ୍ତ ବିଦ୍ୟାଳୟ ମାନଙ୍କରେ ରାତ୍ରି ଜଗୁଆଳି ନିୟୋଜିତ ହୋଇଥିଲେ ମଧ୍ୟ୍ୟ ଏହି ବିଦ୍ୟାଳୟ ରେ ଜଣିଏ ମାତ୍ର ପିଅନ ଦିନ ବେଳେ ରହୁଛନ୍ତି। ରାତ୍ରି ସମୟ ରେ ଜଗୁଆଳି ନିଯୁକ୍ତି ନ ଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି ବୋଲି ଅଭିଭାବକ ମାନେ ମତ ବ୍ୟକ୍ତ କରିଛନ୍ତି। ଏହି ବିଦ୍ୟାଳୟ କୁ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷ୍ୟ ରୁ ରାତିରେ ଦୁଇ ଜଣ ଜଗୁଆଳି ଙ୍କୁ ନିୟୋଜିତ କରିବା ପାଇଁ ବିଦ୍ୟାଳୟ କମିଟି ପକ୍ଷ୍ୟରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ୍ୟ ଏଯାବତ ଏହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଉକ୍ତ ବିଦ୍ୟାଳୟ ଚଳିତ ବର୍ଷ ଦଶମ ପରୀକ୍ଷା ପାଇଁ ସବ ସେଣ୍ଟର ହୋଇଥିଲା। ଏହି ବିଦ୍ୟାଳୟ ରୁ ବ୍ଲକ ର ସମସ୍ତ ପରୀକ୍ଷା ସେଣ୍ଟର କୁ ପ୍ରଶ୍ନ ପତ୍ର ଯୋଗାଇଥିବା ବେଳେ ଏହି ବିଦ୍ୟାଳୟ ଏବେ ଅସୁରିକ୍ଷତ ହୋଇ ପଡିଛି। ଯାହାକି ଉକ୍ତ ବିଦ୍ୟାଳୟ ରେ ସମସ୍ତ ପ୍ରଶ୍ନ ପତ୍ର ଏବଂ ଗୁରୁତ୍ୱ ପୂର୍ଣ୍ଣ ଦସ୍ତାବିଜ ରହିଛି। ଯାହା ଫଳରେ ଚୋର ମାନେ ନିର୍ଭୟ ରେ ଏଭଳି କାଣ୍ଡ ଘଟାଉଛନ୍ତି। ଦିନ କୁ ଦିନ ଖନ୍ତାପଡ଼ା ଅଞ୍ଚଳ ରେ ଛିନ୍ତାଇ, ଚୋରୀ ଓ ରାହାଜାନି ଇତ୍ୟାଦି ବୃଦ୍ଧି ପାଇବାକୁ ଲାଗିଲାଣି।