ବ୍ରହ୍ମଗିରି ଆଜି ମାର୍ସ ଓଡ଼ିଶା ସମୀଳନ କକ୍ଷ ରେ ନେହେରୁ ଯୁବ କେନ୍ଦ୍ର ପୁରୀ ଓ ମାର୍ସ ଓଡ଼ିଶା ର ମିଳିତ ସହଯୋଗ ରେ ବିଶ୍ବ ଜଳ ଦିବସ ପାଳିତ ହୋଇ ଯାଇ ଅଛି

ବ୍ରହ୍ମଗିରି ଆଜି ମାର୍ସ ଓଡ଼ିଶା ସମୀଳନ କକ୍ଷ ରେ ନେହେରୁ ଯୁବ କେନ୍ଦ୍ର ପୁରୀ ଓ ମାର୍ସ ଓଡ଼ିଶା ର ମିଳିତ ସହଯୋଗ ରେ ବିଶ୍ବ ଜଳ ଦିବସ ପାଳିତ ହୋଇ ଯାଇ ଅଛି ।ଏହି କାର୍ଯ୍ୟକ୍ରମ ରେ ସାମାଜିକ କର୍ମୀ ଉମାକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷ ତାରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇ ଥିଲା ।ମାର୍ସ ଓଡ଼ିଶା ସାଧାରଣ ସଂପାଦକ ଭାସ୍କର ଚନ୍ଦ୍ର ପୂଜାରୀ ସ୍ବାଗତ ଭାଷଣ ଦେଇ ଥିଲେ ଏବଂ କାର୍ଯ୍ୟକ୍ରମ ର ଉଦେଶ୍ୟ ବିଷୟ ରେ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପଲଙ୍କ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତ୍ରିଲୋଚନ ବେହେରା ଯୋଗଦାନ କରି ଯୁବକମାନେ ଜଳସଂରକ୍ଷଣ ରେ କିପରି ଲୋକମାନଙ୍କୁ ସଚେତନ କରିପାରିବେ ସେ ବିଷୟ ରେ ପରାମର୍ଶ ଦେଇଥିଲେ ।ଆସନ୍ତା ତା30-03-25 ରିଖ ଦିନ 10 ଟି ପରିବାର ରେ ବର୍ଷାଜଳ ସଂରକ୍ଷଣ ପାଇଁ କାର୍ଯ୍ୟକ୍ରମ ରେ ସ୍ଥାନିତ କରି ସେହି ଦଶ ପରିବାର କୁ ଚିହ୍ନଟ କରି ସେଠାରେ ବର୍ଷା ଜଳ ସଂରକ୍ଷଣ ଉପକରଣ ଲୋକମାନଙ୍କ ତରଫରୁ ଯୋଗାଇ ଦେଲେ ଶ୍ରୀ ଉମାକାନ୍ତ ମହାନ୍ତିଙ୍କ ଉପସ୍ଥିତି ରେ କରାଯିବ ଓ ସମସ୍ତ ସ୍ବେଚ୍ଛାସେବୀଙ୍କ ଉପସ୍ଥିତିରେ କରିବାକୁ ନିଷ୍ପତି ହୋଇ ଥିଲା ।ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମଗିରି ବ୍ଲକ ର ବିଭିନ୍ନ ଗ୍ରାମ ରୁ 50ଜଣ ଯୁବକ ଉପସ୍ଥିତି ଥିଲେ ।ଶେଷରେ ମାର୍ସ ର ସଦସ୍ଯା ଅନୁସୂୟା ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ କୁ ଆଲୋକ ପୂଜାରୀ, ଗୌତମ ପଲାଇ ଓ ଆଶିଷ କୁମାର ନାୟକ ପରିଚାଳନା କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ