March 26, 2025

ଗୋପରେ ସୂଚନାଧିକାରୀ କର୍ମୀଙ୍କୁ ହତ୍ୟା ଧମକ ଥାନାରେ ଅଭିଯୋଗ ଆଣିଲେ ସନ୍ତୋଷ ନାୟକ ..

Share

 

 

ଗୋପ :- 24/03/2025 ( ) ଦୁର୍ନୀତି ଅନ୍ୟୟ ଅନୀତି ଭ୍ରଷ୍ଟାଚାର କଳାବଜାରୀ ଙ୍କ ବିରୁଦ୍ଧରେ ସ୍ୱର ଉତ୍ତଳନ କଲେ ଅସଭ୍ୟ ଭାଷାରେ ଗାଳିଗୁଲଜ ସହିତ ଜୀବନ ରୁ ମାରିଦେକୁ ଧମକ ମିଳୁଛି l ଏମିତି ଅଭାନୀୟ ଘଟଣା ଘଟିଛି,ପୁରୀ ଜିଲ୍ଲା ଗୋପ ଥାନା ଅଧିନସ୍ତ ଅଣ୍ଢରା – ଇଚ୍ଛାପୁର ଗ୍ରାମପଞ୍ଚାୟତ ରେ । ତରଡ଼ାପଡା ଗ୍ରାମ ର ସନ୍ତୋଷ କୁମାର ନାୟକ ହେଉଛନ୍ତି ଗୋପ ବ୍ଲକ ର ଜଣାଶୁଣା ସମାଜସେବୀ ତଥା ଟ୍ୱଇଟର ଆକ୍ଟିଭିଟିସ ଏବଂ ସୂଚନାଧିକାରୀ କର୍ମୀ l ଘଟଣା ଟି ହେଲା ଇଚ୍ଛାପୁର ଗ୍ରାମରେ ନଳକୂପ ଅଚଳ ହୋଇଥିବା ଖବର ପାଇଁ ସନ୍ତୋଷ ନାୟକ ସେଠାକୁ ଯାଇଥିଲେ। ସେହିଁ ସମୟରେ ଇଛାପୁର ଗ୍ରାମର ବେଲ ପୋଖରୀ ଖୋଳା ହେଉଥିଲା । ପୋଖରୀ କାର୍ଯ୍ୟ ର ଅନିୟମିତତା ସମ୍ପର୍କ ରେ କାଳେ ସନ୍ତୋଷ ଜାଣିଦେଲା କୀ ଏହା ଭାବି ସେହିଁ ଗାଁ ର ୱାର୍ଡ ସଭ୍ୟ ସନ୍ତୋଷ କୁ ଫୋନ ମାଧ୍ୟମରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହିତ ଜୀବନ ରୁ ମାରିଦେବାକୁ ଧମକ ଦେଇଛନ୍ତି l ପ୍ରମାଣ ସୁରପ ବାର୍ତ୍ତାଳାପ ର ଅଡ଼ିଓ ରେକର୍ଡିଙ୍ଗ ମହଜୁତ ରହିଛି l କେଉଁଭଳି ଭାବେ ଅଶ୍ଳୀଳ ଭାଷା ପ୍ରୟୋଗ ହୋଇଛି ତାହା ଶୁଣିବାକୁ ଘୃଣା ଲାଗିବ l ଏଣୁ ସନ୍ତୋଷ ଭୟଭୀତ ହୋଇ ଘର ପାଖ ରେ ଥିବା ଏକ ଜଙ୍ଗଲ ରେ ଆତ୍ମଗୋପନ କରିଥିଲେ l ଜୀବନ ପ୍ରତି ବିପଦ ହେତୁ ବାହାର କୁ ନ ଆସି ଲୁକାୟିତ ଅବସ୍ଥାରେ ଗୋପ ଥାନା ର ଆଇ ଆଇ ସି ପ୍ରଶାନ୍ତ ପ୍ରତିହାରୀ ଙ୍କୁ ଫୋନ କରିଥିଲେ l କିନ୍ତୁ ସନ୍ତୋଷ ଙ୍କ ଫୋନ କୁ ଶ୍ରୀଯୁକ୍ତ ପ୍ରତିହାରୀ ଉଠାଇନଥିଲେ l ଏଣୁ ଥାନା ର ଅନ୍ୟ ଜଣେ ଅଧିକାରୀଙ୍କୁ ସନ୍ତୋଷ ଫୋନ କରିବାପରେ ବାବୁ ଜଣକ କହିଲଥିଲେ l ବାବୁ ଜଣକୁ ଗୋପ ଥାନାର ନମ୍ବର ଦେଇଥିଲେ ସନ୍ତୋଷ ଗୋପ ଥାନାକୁ ଫୋନ ଯୋଗେ ସମସ୍ତ ବିଷୟରେ ଅବଗତ କରିଥିଲେ l ଥାନାରୁ ଉତ୍ତର ମିଳିଥିଲା ତୁମେ ଯେଉଁଠି ରହିଁଛ ସେହିଠି ଥାଅ ଆମେ ତୁମ ପାଖରେ ପହଞ୍ଚୁଛୁ l କିଛି ସମୟ ପରେ ସନ୍ତୋଷ ପୁନଃ 112 ନମ୍ବର କୁ ଫୋନ ଲଗାଇଥିଲେ l ଶେଷରେ ଜାଣିବାକୁ ପାଇଲେ ଗୋପ ଥାନା ର କର୍ମଚାରିମାନେ ସନ୍ତୋଷ ଙ୍କ ପାଖକୁ ନ ଯାଇ ଇଚ୍ଛାପୁର ଗ୍ରାମରେ ବୁଲାବୁଲି କରି ଫେରିଆସିଥିଲେ l ପରବର୍ତ୍ତୀ ସମୟରେ ସନ୍ତୋଷ ଜଣେ ସାମ୍ବାଦିକ ଙ୍କ ସହାୟତା ରେ ଗୋପ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ କୁ ଭିତ୍ତିକରି ନିମାପଡା ଏସ ଡି ପି ଓ ଜନାର୍ଦ୍ଦନ ପାଢ଼ୀ ସନ୍ତୋଷ ଙ୍କ ଠାରୁ ଫୋନ ଦ୍ଵାରା ସମସ୍ତ ତଥ୍ୟ ସଂଗ୍ରହ କରିଥିଛନ୍ତି l ଏଣୁ ଗୋପ ବ୍ଲକ ର ସମସ୍ତ ସ୍ୱେଚ୍ଛାସେବୀ ସଂଗଠନ ଓ ଅଲ ଓଡିଶା ଟ୍ୱଇଟର ଆକ୍ଟିଭିଟିସ ଏବଂ ସୂଚନାଧିକାରୀ ଙ୍କ ପକ୍ଷରୁ ଦାବୀ l ତୁରନ୍ତ ଘଟଣା ର ସତ୍ୟାସତ୍ୟ କୁ ଅନୁସନ୍ଧାନ କରି ଅଭିଯୋଗ କୁ ଭିତ୍ତିକରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l ଏ ସମ୍ପର୍କ ରେ ସାମାଜିକ ଗଣମାଧ୍ୟମ ର ଏକ୍ସ ଦ୍ଵାରା ସମସ୍ତ ଉଚ୍ଚ ପଦସ୍ତ ଅଧିକାରୀ ଓ ରାଜ୍ୟ ସରକାର ଙ୍କୁ ଅବଗତ କରାଯାଇଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ