March 26, 2025

ଗଣତନ୍ତ୍ରର ସୁରକ୍ଷା କ୍ଷେତ୍ରରେ ନାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ l (ଆଶାପ୍ରଦୀପ ସମ୍ମାନ ରେ ସମ୍ମାନୀତ ହେଲେ ସଚ୍ଚିଦାନନ୍ଦ ଗୋଛାୟତ )

Share

 

ଗୋପ :- 24/03/2025 ( ) ଭୁବନେଶ୍ଵର ସ୍ଥିତ ସ୍ଥାନୀୟ ପାନ୍ଥନିବାସ ସମ୍ମିଳନୀ କକ୍ଷରେ ପ୍ରଗତିଶୀଳ ତ୍ରିଭାଷୀ ସମ୍ବାତପତ୍ର ‘ଆଶାପ୍ରଦୀପ’ର ଏକବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ଗଣତନ୍ତ୍ରରେ ସଶକ୍ତ ନାରୀର ଭୂମିକା’ ପ୍ରସଙ୍ଗରେ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ତଥା ଉଦ୍‌ଘାଟକ ଭାବେ ଡ଼କ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ, ଯୋଗ ଦେଇ ଗଣତନ୍ତ୍ରରେ ନାରୀମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବରେ ପୂର୍ବତନ ମନ୍ତ୍ରୀ ଡ଼ବ ଡ଼କ୍ଟର ଅରବିନ୍ଦ ଢାଲୀ, ସମ୍ମାନିତ ଅତିଥ୍ ଭାବରେ ଓଡିଶା ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର, ଡ ଝରଣା ସ୍ଵାଇଁ, ଡ଼କ୍ଟର ସଞ୍ଜିବ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ । ସମ୍ପାଦିକା ବ୍ରାହୀପ୍ରିୟା ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ‘ଆଶାପ୍ରଦୀପ’ର ସ୍ଵତନ୍ତ୍ର ସଂଖ୍ୟା ଉନ୍ମୋଚିତ ହେବା ସହ ଅନେକ ସୃଜନସ୍ରଷ୍ଟାଙ୍କର ପୁସ୍କକ ଉନ୍ମୋଚିତ ହୋଇଥିଲା । ଡ଼କ୍ଟର ପ୍ରସନ୍ନ ପାଟ୍ଟଶାଣୀଙ୍କର ମହାକାବ୍ୟ ‘ଏଇଠୁ ଆରମ୍ଭ’ ଏବଂ ଶ୍ରୀମଦ ଭଗବତ ଗୀତାର ଅମୃତ କଗୁଡିକର ଡିଜିଟାଲ ପରିବେଷଣ କରାଯାଇଥିଲା । ବ୍ରାହ୍ମୀପ୍ରିୟା ସାମନ୍ତରାୟଙ୍କ ଡିଜିଟାଲ ପୁସ୍ତକ ‘ପରମାତ୍ମାଙ୍କୁ ଚିଠିଟିଏ’ ଉନ୍ମୋଚିତ ହେବା ସହ ଡ଼କ୍ଟର ସଞ୍ଜିବ ପ୍ରଧାନ, ଗୋଲାପ ସାହୁ ଓ ପ୍ରଶାନ୍ତ ସାହୁ, ମଞ୍ଜୁଳା କର, ଶୁଭଶ୍ରୀ ସିଂ ପ୍ରମୁଖଙ୍କ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା । ଶ୍ରେଷ୍ଠ ମିଡିଆ ଆଓ୍ବାର୍ଡ ସମ୍ବାଦ ଓ କନକ ଟିଭିକୁ ପ୍ରଦାନ କରାଯାଇ ସ୍ୱର୍ଗତ ଦିଲ୍ଲୀପ ଶତପଥୀଙ୍କ ସ୍ମୃତିରେ ଏହାକୁ ଅର୍ପଣ କରାଯାଇଥିଲା । ଏତଦ୍‍ବ୍ୟତୀତ ଡକ୍ଟର ଝରଣା ସ୍ଵାଇଁ, ଶ୍ରୀମତୀ ମମତା ପାଟ୍ଟଶାଣୀ, ସାମ୍ବାଦିକ ଚଣ୍ଡି ପ୍ରସାଦ ରଣସିଂ, ବହୁ ପ୍ରତିଭାଧରଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା l 2025 ବର୍ଷ ପାଇଁ ଓଡିଶା ଏକ୍ସପ୍ରେସ ନିୟୁଜ ପେପର ର ଗୋପ ବ୍ଲକ ପ୍ରତିନିଧି ସଚ୍ଚିଦାନନ୍ଦ ଗୋଛାୟତ ଙ୍କୁ ଶ୍ରେଷ୍ଠ ସମ୍ବାଦକ ଭାବେ ସମ୍ମାନିତ କରିବା ସହିତ

ନିମାପଡା ଅଞ୍ଚଳ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ” ନୟା ସବେରା ” କୁ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ସ୍ୱଛାସେବୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଋତୁପର୍ଣା ମହାନ୍ତି ସଂଯୋଜିକା ଭାବରେ ଯୋଗଦେଇଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ