ଉମରକୋଟ ରେ ଋତୁରାଜ ବସନ୍ତ ର ଆଗମନରେ ମହକହୀନ ପଳାଶ ଫୁଲ……..

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଋତୁରାଜ ବସନ୍ତ ର ଆଗମନ ରେ ପ୍ରକୃତି ରାଣୀ ନିଜକୁ ବିଭିନ୍ନ ରଙ୍ଗୀନ ଫୁଲ ରେ ସଜେଇ ହୁଏ । ପ୍ରେମିକ ପ୍ରେମିକା ମନ ରେ ଉନ୍ମାଦ ଆସିଯାଏ ଓ ପ୍ରଫୁଲିତ ହୋଇଯାଏ କବି ପ୍ରାଣ । ବସନ୍ତ ରେ ସମସ୍ତ ଫୁଲ ନିଜ ନିଜ ରଙ୍ଗ ଓ ବାସ୍ନା ରେ ସମସ୍ତଙ୍କ ଆଦର ପାଇଥାନ୍ତି । ହେଲେ ପଛରେ ପଡ଼ିଯାଏ ଏହି ମହକହୀନ ପଳାଶ। କିନ୍ତୁ ପତ୍ରଝଡ଼ା ଟାଙ୍ଗରା ଜଙ୍ଗଲ ମଧ୍ୟରେ ନିଜ ସ୍ଥିତି ଜାହିର କରିଥାଏ ଏହି ପଳାଶ ଫୁଲ । ସତେ ଯେମିତି ପତ୍ରଝଡ଼ା ନିରାଶ ଜଙ୍ଗଲ ମଧ୍ୟ ରେ ଆଶା ର ଜ୍ୟୋତି ଜାଳି ଦିଏ । ଏମିତି ଅନୁଭବ ହୋଇଥାଏ ଯେମିତି କେହି ଯାଳି ଦେଇଛି ଉଜ୍ଜଳ ଦ୍ୱିପଟିଏ। ସେଥିପାଇଁ ତାକୁ ପଳାଶ କୁହାଯାଏ ” ଫ୍ଲେମ ଅଫ ଫରେଷ୍ଟ” । ପଳାଶ ମହକହୀନ ହେଲେ କଣ ହେଲା ଏହାର ନିଜସ୍ଵ ମହତ୍ତ୍ଵ ରହିଛି । ପଳାଶ ବି ପୂଜା ହୁଏ ଭଗବାନ ଙ୍କ ଠାରେ । ପଶ୍ଚିମ ଓଡ଼ିଶାରେ ଚୈତ୍ର ମାସ ରେ ସମସ୍ତ ଦେବୀ ମାଁ ଙ୍କ ଠାରେ ଓ ଦକ୍ଷିଣ ଓଡ଼ିଶାରେ ଶିବରାତ୍ରି ରେ ଭଗବାନ ଶିବ ଙ୍କ ନିକଟ ରେ ପୂଜା ହୁଏ ଏହି ମହକହୀନ ପଳାଶ । ପଳାଶ ଫୁଲ କୁ ପାଣି ରେ ଭିଯାଇ ତାର ପାଣି କୁ ପିଇଲେ ପେଟ ଜନିତ ରୋଗ ଭଲ ହୋଇଥାଏ । ଖାଲି ସେତିକି ନୁହେଁ ପଳାଶ କୁ ଦେଖିଲେ କବି ମନ ଉତ୍ଫଲିତ ହୋଇ ଉଠେ । କବିର କଲମ ରେ ଆପେ ଆପେ ଲେଖି ହୋଇଯାଏ ଅନେକ କବିତା । ଭାରତ ର ବିଭିନ୍ନ ରାଜ୍ୟ ରେ ପଳାଶ ଫୁଲ ଓ କାଠ ର ମହତ୍ତ୍ଵ ରହିଛି । କେରଳ ର ବ୍ରାହ୍ମଣ ମାନେ ଏହି ପଳାଶ ଫୁଲକୁ ପୂଜା ସମୟ ରେ ବ୍ୟବହାର କରିବା ସହ ଏହାର କାଠ କୁ ହୋମ ରେ ବ୍ୟବହୃତ ଶୁଭ ଯାହାକି ଆହୁତି ସମୟରେ ଅର୍ଘ୍ୟ ପ୍ରଦାନରେ ବ୍ୟବହୃତ ହୁଏ। ଏବଂ ଝାଡ଼ଖଣ୍ଡ ରାଜ୍ୟରେ ଏହି ଫୁଲ କୁ ରାଜ୍ୟ ସ୍ତରୀୟ ମାନ୍ୟତା ମିଳିଛି । ଏମିତି ରେ ଏହି ପଳାଶ ଫୁଲଟି ଋତୁରାଜ ବସନ୍ତ ର ମହକହୀନ ଫୁଲ ହେଲେ ବି ଏହାର ଅନେକ ମହତ୍ତ୍ଵ ଓ ଚାହିଦା ରହିଛି ।