April 29, 2026

୨୦୨୪ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ପୋଲିସ ର ଫ୍ଲାଙ୍ଗମାର୍ଚ୍ଚ…

pco
Share

 

ଉମେରକୋଟ : ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନର ବିଗୁଲ ବାଜିବା ପରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ କରାଯାଇଛି । ଆସନ୍ତା ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଓ ନିର୍ଭୟରେ ଜନସାଧାରଣ ନିଜ ମତ ସାବ୍ୟସ୍ତ କରିବା ପାଇଁ ପୋଲିସ ପକ୍ଷରୁ ଏହି ଫ୍ଲାଗ ମାର୍ଚ ଆୟୋଜିତ ହୋଇଛି । ନକ୍ସଲ ପ୍ରବଣ ତଥା ଆଦିବାସୀ ଅଧୁଷିତ ଝରୀଗାଁ ନିର୍ବାଚନ ମଣ୍ଡଳୀରେ ଯେପରି ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ପାଳନ କରାଯାଏ ଏବଂ ପଡୋଶୀ ରାଜ୍ୟ ଛାତ୍ତିଶାଗଡ ସୀମାନ୍ତ ସହ ଲାଗି ରହି ଥିବା ସହ କୌଣସି ଅନୈତିକ ଅର୍ଥ କାରବାର, ମଦ ର ଚୋରା ଚକାନୟନ ସାଙ୍ଗକୁ ବେନିୟମ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ନବରଙ୍ଗପୁରଏସପି ରୋହିତ ବର୍ମା ଙ୍କ ନିର୍ଦେଶ କ୍ରମେ ଉମେରକୋଟ ଏସ୍ଡ଼ିପିଓ ମଧୁ ଶିକ୍ତା ମିଶ୍ର ଙ୍କ ନେତୃତ୍ୱ ରେ IIC ଝରୀଗାଁ ପ୍ରକାଶ ପତି ଏକ ଟିମ ଗଠନ କରି ସିଆର ପି ଏଫ କମାଣ୍ଡେଣ୍ଟ ଶ୍ରୀ ଅଜୟ କୁମାର ଙ୍କ ମିଳିତ ସହଯୋଗ ରେ ଝରୀଗାଁ ନିର୍ବାଚନ ମଣ୍ଡଳୀ ର ନକ୍ସL ଅଧୁଷିତ ପଂଚାୟତ ଇଚ୍ଛାପୁର, ବଡ଼ ଟେମରା, ଚକଳପଦାର ପଂଚାୟତର ବିଭିନ୍ନ ଗ୍ରାମରେ ଫ୍ଲାଗ ମାର୍ଚ କରି ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ସମୟରେ ମତଦାନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । କୌଣସି ଜନସାଧାରଣ ଭୟଭିତ ନହୋଇ ନିଜର ପସନ୍ଦର ପ୍ରାର୍ଥିଙ୍କୁ ଭୋଟ ଦେବା ପାଇଁ ଏହି ଫ୍ଲାଗ ମାର୍ଚ ବୋଲି ଥାନା ଝରୀଗାଁ ଆଇଆଇସି ପ୍ରକାଶ ପତି ପ୍ରକାଶ କରିଛନ୍ତି ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)