ବୁଗୁଡ଼ା ସହରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ…
ବୁଗୁଡା : ତା ୨୪/୦୩/୨୪ : ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ନିର୍ବାଚନ ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲକ୍ଷ୍ୟରେ ବୁଗୁଡା ପୋଲିସ ପକ୍ଷରୁ ରବିବାର ସନ୍ଧ୍ୟାରେ ସହରରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ଭଞ୍ଜନଗର ଏସଡିପିଓ ସୁଜିତ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ବୁଗୁଡା ଥାନାଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି, ଏସଆଇ ସମୀର କୁମାର ସେଠୀ , ବିନାୟକ ବିଧାର ଓ ଜ୍ଯୋତିଶ୍ରୀ ସାହୁ, ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରାଙ୍କ ସମେତ ୧ ପ୍ଲାଟୁନ୍ ପୋଲିସ ଫୋର୍ସ ଏଥିରେ ସାମିଲ ଥିଲେ । ଓଡିଶାରେ ୪ଟି ପର୍ଯ୍ଯାୟରେ ନିର୍ବାଚନ ହେବାକୁ ଥିବାବେଳେ ଆସିକା ସଂସଦୀୟ କ୍ଷେତ୍ରରେ ଦ୍ବିତୀୟ ପର୍ଯ୍ଯାୟ ଅର୍ଥାତ୍ ମେ ୨୦ ତାରିଖରେ ସାଧାରଣ ନିର୍ବାଚନ ହେବ । ବୁଗୁଡା ସହରା ଏବଂ ଗୋଲିଆ ଓ ଭାମଶ୍ଯାଳି ପଞ୍ଚାୟତରେ ପୋଲିସର ଏତାଦୃଶ ଫ୍ଲାଗ୍ ମାର୍ଚ୍ଚ ଜରିଆରେ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରାଯିବା ନେଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ।