ଶାରଦା ପ୍ରସାଦ ରଥଙ୍କ ପରଲୋକ ରେ ସାହିତ୍ୟ ସମାଜ ତରଫରୁ ଶୋକ ପ୍ରକାଶ
ଶାରଦା ପ୍ରସାଦ ରଥଙ୍କ ପରଲୋକ ରେ ସାହିତ୍ୟ ସମାଜ ତରଫରୁ ଶୋକ ପ୍ରକାଶ ଆଠଗଡ,ଆଠଗଡ ସାହିତ୍ୟ ସମାଜର ସଭ୍ୟ ଶାରଦା ପ୍ରସାଦ ରଥଙ୍କ ପରଲୋକ ରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି | ବରିଷ୍ଠ ଉପଦେଷ୍ଟା ଆଇନୀଜୀବି ପ୍ରାଣକୃଷ୍ଣ ଦାଶଙ୍କ ବାସଭବନରେ ଏହି ଶୋକସଭା ଅନୁଷ୍ଠିତ ହୋଇଥିଲା |, ସାହିତ୍ୟ ସମାଜ ସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଶୋକସଭା ରେ ପରଲୋକ ଗତ ସଭ୍ୟ ଶାରଦା ପ୍ରସାଦ ରଥଙ୍କ ସ୍ମୃତିଚାରଣ କରାଯାଇଥିଲା | ଏହି ସଭାରେ ସମ୍ପାଦକ ଲଲାଟେନ୍ଦୁ ସେନାପତି, ଉପସଭାପତି ବିଷ୍ଣୁ ପ୍ରସାଦ ସାହୁ, ସଦାନନ୍ଦ ପଟ୍ଟନାୟକ, ସୁବାଷ ଚନ୍ଦ୍ର ରାଉତ, ଶ୍ୟାମାନନ୍ଦ ମହାରଣା, ପୁର୍ଣଚନ୍ଦ୍ର ସ୍ୱାଇଁ, ଦୀପାଳି ଦାଶ, ବିଷ୍ଣୁ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇଥିଲେ |
