ଜାମୁଡିହା ମିଶନ ଶକ୍ତି ଘରେ ନିଆଁ ଲାଗି ଆସବାବ ପତ୍ର ନଷ୍ଟ..

ନୀଳଗିରି ( ଦେବାଶିଷ ଦାଶ )
ନୀଳଗିରି ବ୍ଲକ ଅନ୍ତର୍ଗତ ଜାମୁଡିଆ ପଞ୍ଚାୟତ ର ମିଶନ ଶକ୍ତି ଗୃହରେ,ଆଜି ସନ୍ଧ୍ୟା ସମୟରେ ଅଚାନକ ନିଆଁ ଲାଗିଯିବା ଦେଖିବାକୁ ମିଳିଛି। ନିଆଁ ଲାଗିବା ଦୃଶ୍ୟ ଦେଖିବା ମାତ୍ରେ, ପାଖାପାଖି ଥିବା ଲୋକମାନେ ନୀଳଗିରି ଅଗ୍ନିସମ ବାହୀନି କୁ ଖବର ଦେଇଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ନୀଳଗିରି ଅଗ୍ନିସମ ବାହୀନି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିବା ଦେଖାଯାଇଛି। ଉକ୍ତ ଅଗ୍ନୀ କାଣ୍ଡ ରେ ଲକ୍ଷାଧିକ ଟଙ୍କା ର ଆସବାସ ପତ୍ର ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଇଛି।ଏଠାରେ ପ୍ରଶ୍ନ ଉଠୁଛି ଯେ ଅଚାନକ କେମିତି ମିଶନ ଶକ୍ତି ଗୃହରେ ନିଆଁ ଲାଗିଲା ? ଏ ବିଷୟରେ ମିଶନ ଶକ୍ତି ଗୃହ ସଭାପତି ତିଳୋତ୍ତମା ନାୟକ ଓ ସମ୍ପାଦିକା ସେବତୀ ସ୍ୱାଇଁ ଙ୍କୁ ପଚାରିବାରୁ,ସେ ଏବିଷୟରେ କିଛି ଯାଣି ନାହାଁନ୍ତି ବୋଲି କହିଛନ୍ତି। ହେଲେ କିଛି ସ୍ଥାନୀୟ ଲୋକେ କହନ୍ତି, ମିଶନ ଶକ୍ତି ଗୃହରେ ଫେନ୍ ସୁଇଜ୍ ଅନ୍ ଥିବାରୁ ,ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ,ମିଶନ ଶକ୍ତି ଗୃହରେ ଫେନ୍ ସୁଇଜ୍ ଅନ୍ ହୋଇ ରହିଥିଲା କଣ ପାଇଁ ?
ଏ ସଂପର୍କ ରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବୀ କରାଯାଇଛି।