April 29, 2026

ଜଗତସିଂହପୁର ଜିଲ୍ଳା ଦୁର୍ନୀତି ନିବାରଣ କମିଟିର ସଦସ୍ୟା ହେଲେ ସ୍ନେହମୟୀ !!

IMG-20250513-WA0000
Share

 

ଝଙ୍କଡ ::-୧୨/୦୫/୨୦୨୫ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଦୈନନ୍ଦିନ ବିବିଧ ସେବା କାର୍ଯ୍ୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର କାର୍ଯ୍ଯ ଦକ୍ଷତା ଓ ଅଭିଜ୍ଞତାକୁ ଜିଲ୍ଲା ପ୍ରଶାସନ ମଧ୍ଯ ଅନେକାଂଶ ରେ ଅଙ୍ଗୀକାର କରିବା ସହ ବିଭିନ୍ନ ବିଭାଗରେ ତାଙ୍କୁ ଅବୈତନିକ ଦାୟିତ୍ଵ ପ୍ରଦାନ କରିଛନ୍ତି। ଦୀର୍ଘ ୫ ବର୍ଷ ଧରି ସମଗୋଳ ଉପକାରାଗାରରେ ନନ୍ ଅଫିସିଆଲ୍ ପର୍ଯ୍ୟବେକ୍ଷିକା ଭାବେ ନିଜର ଦାୟିତ୍ଵକୁ ସୂଚାରୁ ରୁପେ ତୁଲାଇ ଆସୁଛନ୍ତି ଶ୍ରୀମତୀ ଆଚାର୍ଯ୍ୟ। ଜିଲ୍ଳା ପରିଷଦ ଜଗତସିଂହପୁର ପତ୍ରାଙ୍କ ୧୫୮୯ ତା-୨୯/୪/୨୫ରିଖ ଆଧାରରେ ଶ୍ରୀମତୀ ଆଚାର୍ଯ୍ୟଙ୍କୁ ମାନ୍ୟବର ଜିଲ୍ଲାପାଳ ମହୋଦୟ ଜିଲ୍ଲା ଭିଜିଲାନ୍ସ କମିଟିର ସଦସ୍ୟ ଭାବେ ଶ୍ରୀମତୀ ଆଚାର୍ଯ୍ୟଙ୍କୁ ମନୋନୀତ କରାଇ ତାଙ୍କ କାର୍ଯ୍ଯ ଦକ୍ଷତା ଓ ଦାୟିତ୍ଵବୋଧକୁ ଆଉ ଗୋଟିଏ ପାଦ ଆଗକୁ ନେଇଛନ୍ତି। ଶ୍ରୀମତୀ ଆଚାର୍ଯ୍ୟଙ୍କ ସହିତ କମିଟିରେ ସୁଶ୍ରୀ ପ୍ରିୟଦର୍ଶିନୀ, ପ୍ରତାପ ଚନ୍ଦ୍ର ବେହେରା, ଦେବେନ୍ଦ୍ର କୁମାର ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ମଲ୍ଲ ଓ ଅନ୍ୟାନ୍ୟ ସରକାରୀ ଅଫିସର୍ ମାନେ ରହିଛନ୍ତି। ଶ୍ରୀମତୀ ଆଚାର୍ଯ୍ୟଙ୍କ ଏପରି ମନୋନୟନକୁ ଶିଳ୍ପ ଦକ୍ଷତା ବିକାଶ ବୈଷୟିକ ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ଵାଇଁ, ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ, ଡ଼ଃ ସୁନାକର ବେହେରା, ବିବେକାନନ୍ଦ ହୋତା, ଶରତ ଚନ୍ଦ୍ର ଦାସ, ବରିଷ୍ଠ ଆଇନଜୀବି ଦେବାଶିଷ କଣ୍ଠ, ସୁରେଶ ଚନ୍ଦ୍ର ଦାସ, ସଂଗ୍ରାମ ମନ୍ତ୍ରୀ, ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ସାରଳା ଗବେଷକ ରମାକାନ୍ତ ରାଉଳ, ସାରଦା ପ୍ରସନ୍ନ ଦାସ, ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ ତଥା ଜଟାଧାରୀ ଷ୍ଟିଲର ସତ୍ଵାଧିକାରୀ ରଞ୍ଜନ କୁମାର ପ୍ରଧାନ ଏବଂ ବ୍ୟାସ ଫାଉଣ୍ଡେସନର ସମସ୍ତ କର୍ମକର୍ତ୍ତା ମାନେ କୃତଜ୍ଞତା ଜଣାଇଛନ୍ତି।

ଜଗତ୍ସିଂହପୁରର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା

You may have missed