ଛତ୍ରପୁର କୁ ମ୍ୟୁନିସିପାଲିଟି ମାନ୍ୟତା ଦେଲେ ରାଜ୍ୟ ସରକାର,ଧନ୍ୟବାଦ ଜଣାଇଲେ ସହର ବାସୀ…
.ଛତ୍ରପୁର,ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲାର ଛତ୍ରପୁରକୁ ମ୍ୟୁନିସିପାଲିଟି ଭାବେ ଘୋଷଣା କରିଛନ୍ତି। ଦୀର୍ଘ ଦିନ ପରେ ଛତ୍ରପୁରବାସୀଙ୍କ ଦାବିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି। ଏ ନେଇ ସହରବାସିନ୍ଦା ମୁଖ୍ୟମନ୍ତ୍ରୀ ୫-ଟି ଅଧ୍ୟକ୍ଷ, ଛତ୍ରପୁର ବିଧାୟକ ଏବଂ ଗଞ୍ଜାମ ଜିଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଲୋଏର ବସ୍ଷ୍ଟାଣ୍ଡ ଠାରେ ମିଷ୍ଟାନ୍ନ ବଣ୍ଟନ ସହ ବାଣ ଫୁଟାଇ ଖୁସି ଜାହିର କରିଥିଲେ। ଏଥିରେ ଛତ୍ରପୁର ଏନ୍ଏସି ଉପାଧ୍ୟକ୍ଷ
ଜି.ପାପା ରାଓ, କାଉନସିଲର ଦେବାଶିଷ ମିଶ୍ର, ପ୍ରୀତିଛନ୍ଦା ସାମଲ, ସନ୍ତୋଷୀ ସେଠୀ ଓ କେ.ରମେଶ, ଛତ୍ରପୁର ନଗର ବିଜେଡି ସଭାପତି ବି.ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀର ସଭାପତି ସନମୁଖ ପଟ୍ଟନାୟକ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରାଙ୍କ ସମେତ ବହୁ ବୁଦ୍ଧିଜୀବୀ, ଆଇନଜୀବୀ, ମିଶନ ଶକ୍ତିର ମାଆ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସଚିବ ଥିବା ସମୟରେ ଗଞ୍ଜାମ ଜିଲାର ଛତ୍ରପୁରକୁ ଅଗଷ୍ଟ ୨୭ରେ ଗସ୍ତରେ ଆସିଥିଲେ। ଛତ୍ରପୁର ଏନ୍ଏସି ଉପାଧ୍ୟକ୍ଷ
ଜି.ପାପା ରାଓ ପୂର୍ବତନ ଏନଏସି ଅଧ୍ୟକ୍ଷା ଜି.ଆରତିଙ୍କ ନେତୃତ୍ୱ ବହୁ କାଉନସିଲର ଛତ୍ରପୁର ଏନଏସିକୁ ମ୍ୟୁନିସିପାଲିଟି ଘୋଷଣା କରିବା ନିମନ୍ତେ ତାଙ୍କୁ ଭେଟି ଅନୁରୋଧ ପତ୍ର ପ୍ରଦାନ କରିଥିଲେ। ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଜି ଏହି ନିଷ୍ପତ୍ତି ନେଇଛନ୍ତି। ଯାହା ଫଳରେ ଛତ୍ରପୁର ସହରରେ ଖୁସିର ଲହରୀ ଖେଳିଯାଇଛି।(ଅରୁଣ କୁମାର ପଣ୍ଡା ଙ୍କ ରିପୋର୍ଟ )